ତିର୍ତ୍ତୋଲରେ ନିର୍ମାଣ ହେବ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରକଳ୍ପ ଚିଠା ପ୍ରସ୍ତୁତି ପାଇଁ ସମନ୍ୱୟ କମିଟି ବୈଠକ

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ଓ ପାରାଦ୍ବୀପ ପୌରପାଳିକା ସହ ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରକଳ୍ପ ଚିଠା ପ୍ରସ୍ତୁତି (ଡି. ପି.ଆର୍)ନିମନ୍ତେ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଜଗତସିଂହପୁର ଓ ପାରାଦ୍ବୀପ ପୌରପାଳିକା ସମେତ କେତେକ ଗ୍ରାମର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରକଳ୍ପ ଚିଠା ପ୍ରସ୍ତୁତ କରି ୭ଦିନ ମଧ୍ୟରେ ଦାଖଲ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ପାନୀୟ ଜଳର ଉତ୍ସ ଓ ଜଳପୃଷ୍ଟ ନିର୍ମାଣ ସ୍ଥାନ ନିରୂପଣ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ପ୍ରକଳ୍ପ ଦ୍ବାରା କେଉଁ କେଉଁ ଅଞ୍ଚଳର ଲୋକେ ପାନୀୟ ଜଳର ସୁବିଧା ପାଇପାରିବେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ୱାଟର ଟ୍ରିଟମେଣ୍ଟ ପ୍ଲାନ ନିର୍ମାଣ କରାଯାଇ ଜଳକ୍ଳିଷ୍ଟ ୱାର୍ଡ଼ ଗୁଡିକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ।ଜଗତସିଂହପୁର ସହରର ଖେରସ,ଅତାମଳା,ମାରକଣ୍ଡପୁର,ମୁକୁନ୍ଦପୁର,ସୁଜଙ୍ଗ ଓ ଓହଳ ଅଞ୍ଚଳ ସହିତ ପାରାଦ୍ବୀପର ବିଭିନ୍ନ ୱାର୍ଡ଼କୁ ପାନୀୟ ଜଳର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।ତିର୍ତ୍ତୋଲ ବ୍ଳକର ତିର୍ତ୍ତୋଲ ଠାରେ ମହାନଦୀର ଜଳକୁ ବ୍ୟବହାର କରାଯାଇ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।ପ୍ରକଳ୍ପ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଜାଗା ପାଇଁ ସଂପୃକ୍ତ ତହସିଲଦାର,ନଦୀ ଜଳ ବ୍ୟବହାର ନିମନ୍ତେ ଜଳସମ୍ପଦ ବିଭାଗ କର୍ତୃପକ୍ଷ,ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜନସ୍ୱାସ୍ଥ୍ୟ ବିଭାଗରୁ ଆବଶ୍ୟକୀୟ ଅନୁମତି ଅଣାଯିବ।ଜାତୀୟ ରାଜପଥ କାର୍ଯ୍ୟାଳୟ ଜଗତସିଂହପୁର,ଖୁବଶିଘ୍ର କଟକରୁ ଜଗତସିଂହପୁରକୁ ସ୍ଥାନାନ୍ତରିତ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପ୍ରକଳ୍ପର ଡି.ପି.ଆର ପ୍ରସ୍ତୁତ କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ।ଏହି ବୈଠକରେ ଶୁଭଦ୍ରା କନସଲଟାଣ୍ଟର ଜି.ଏମ୍,ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ,ମହାନଦୀ ସାଉଥ୍ ଡିଭିଜନ ଉପନିର୍ବାହୀ ଯନ୍ତ୍ରୀ,ଗ୍ରାମ୍ୟ ଓ ଜଳପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ,ସରକାରୀ ନିର୍ବାହୀ ଯନ୍ତ୍ରୀ ପାରାଦ୍ବୀପ ପୋର୍ଟ,ଜଗତସିଂହପୁର,ରଘୁନାଥପୁର,କୁଜଙ୍ଗ ତହସିଲଦାର,ନିର୍ବାହୀ ଅଧିକାରୀ,ଜଗତସିଂହପୁର ଓ ପାରାଦ୍ବୀପ ପୌରପରିଷଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault