ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନର ଜିଲ୍ଲା ସ୍ତରୀୟ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । 

    କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଅଧ୍ୟକ୍ଷତା କରି ଉଭୟ ମିଶନ ଶକ୍ତି ଓ ଜୀବିକା ମିଶନର ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ଏକତ୍ରିତ ହୋଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ପକ୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ଅଭିବୃଦ୍ଧି କିଭଳି ହୋଇପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

   ମୁଖ୍ୟତଃ ଏହି ବୈଠକ କାର୍ଯ୍ୟକ୍ରମରେ ଗତ ଅଗଷ୍ଟ ମାସ ୧୭ ତାରିଖ ଦିନ ରାଜ୍ୟ ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ  ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ  ମିଳିତ ଭାବେ କାର୍ଯ୍ୟ କରିବେ ବୋଲି  ଜିଲ୍ଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ  ରଶ୍ମି ରଂଜନ ସେଠୀ ସୂଚନା ପ୍ରଦାନ କରିଥିଲେ ।

     ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ  କାର୍ଯ୍ୟକ୍ରମ ଅଧିକାରୀ ଜୋଶବନ୍ତି ବେହେରା  ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ରଶ୍ମି ରଂଜନ ସେଠୀ  ଓ ଜିଲ୍ଲା ଓଡିଶା ଜୀବିକା ମିଶନର ସଂଯୋଜିକା ପ୍ରିୟମ୍ବଦା ବିଶୋଇ ,  ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ମିଳିତ ଭାବେ କିଭଳି କାର୍ଯ୍ୟ କରିବେ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ପାବାର ପଏଣ୍ଟ ପ୍ରଦର୍ଶନ ମାଧ୍ୟମରେ ବୁଝାଇ ଥିଲେ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଜିଲ୍ଲା ନାବାର୍ଡ ସଂସ୍ଥାର ଏଜିଏମ ସୁଦ୍ୟୋମ୍ନ ପାଲ ,  ଜିଲ୍ଲା ମିଶନ ଶକ୍ତି ସଂଯୋଜକ ସାରଳା ପାତ୍ର , ଡିପିଏ: ମନସ୍ୱିତା ପାତ୍ର ଏବଂ ବ୍ଲକ ସ୍ତରରୁ ସମସ୍ତ ସିଡିପିଓ , ବିପିସି , ମିଶନ ଶକ୍ତି ,ବ୍ଲକ ମିଶନ ଶକ୍ତି , ସଂଯୋଜକ ଓ ଓଡିଶା ଜୀବିକା ମିଶନ ଶକ୍ତି ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault