ହେଡଲାଇନସ୍:

ବର୍ହାମୁଣ୍ଡାରେ ନୂଆଁଖାଇ ଭେଟଘାଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତର ବର୍ହାମୁଣ୍ଡା ଗ୍ରାମଠାରେ ଗ୍ରାମର ଗଣେଷ ପୂଜା କମିଟି ଦ୍ବାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅତିଥି ମାନଙ୍କୁ ଗ୍ରାମର ଝୁମେର ନୃତ୍ୟ ସହ ଶୋଭାଯାତ୍ରାରେ ମଞ୍ଚନିକଟକୁ ନିଆ ଯାଇଥିଲା।ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପ୍ରଧାନ ମାଁ ସମଲେଇଙ୍କ ଫଟୋଚିତ୍ରରେ ଦୀପପ୍ରଚଳନ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ତୁଳାରମ ସାହୁ ,ସମ୍ମାନୀତ ଅତିଥି କଳାକାର ଭାବେ କବି କେଦାର ନାଥ ସାହୁ,ଅତିଥି ଭାବରେ ଲୋକନାଥ ଭୋଇ, ଭଗବାନ ଭୋଇ,ପ୍ରମୋଦ କୁମ୍ଭାର,ମାଧୁରି ମହାନନ୍ଦ,ମଣିମା ଦୀପ,ଖୁସିନ୍ଦ୍ର ସାହୁ,ତରଣୀ ସାହୁ,ଯୁଗେଶ୍ବର ସାହୁ,ଜୟମଙ୍ଗଲ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ଇଷ୍ଟଦେବୀ ମାଁ ସମଲେଇଙ୍କ ପୂଜାର୍ଚନାପରେ ଅତିଥି ଏବଂ ଗ୍ରାମବାସୀ ମାନେ ନବାନ୍ନ ଭୋଗପରେ ଜୁହାର ଭେଟ ହୋଇଥିଲେ।

ସରୋଜ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମିଟିର କୋଷାଧ୍ୟକ୍ଷ ରାଧାକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅତିଥି ମାନେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିଯୋଗୀତାର ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଦାଗାଡରୁ ଡାଲଖାଇ ସାସ୍କୃତିକ ଦଳ,ଘୁଡୁକାନୃତ୍ଯ ଏବଂ ବିଭିନ୍ନ ଗ୍ରାମଗୁଡିକରୁ ନୃତ୍ୟ ଶିଳ୍ପି ମାନେ ଯୋଗଦାନକରି ନିଜନିଜ କଳା ପ୍ରଦର୍ଶନ କରିଥିଲେ।କମିଟି ତରଫରୁ କବି କେଦାର ନାଥ ସାହଙ୍କୁ ମାନପତ୍ର ଓ ଉପଢକନ ଦେଇ ସମ୍ମାନୀତ କରାଯାଇଥିଲା।ଶେଷରେ କମିଟିର ସଂପାଦକ ଖଗେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଘ୍ନରାଜ ସାହୁ, ହରେକୃଷ୍ଣ ସାହୁ,ଗୋବିନ୍ଦ ମଲ୍ଲିକ,ରାଘବ ମଲ୍ଲିକ, ନାରାୟଣ ସାହୁ,ଦିଲ୍ଲୀପ ସାହୁ,ରିବୁଲ ଭୋଇ, ରିଙ୍କୁ ଭୋଇ, ପିଙ୍କୁ ସାହୁ,ମହାଦେବ ଦୀପ,ସୁଦାମ କୁମ୍ଭାର,ସୁଦାମ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ।

 

0
0
0
s2sdefault