ଭଦ୍ରକର ବିକାଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ : ପ୍ରତାପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା 

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ :ଆଜି ଭଦ୍ରକ ଗସ୍ତରେ ଅଛନ୍ତି ଗୃହ ନିର୍ମାଣ, ନଗର ଉନ୍ନୟନ ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ ତଥା  ଆଇନମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ  ଶ୍ରୀ ଜେନା ଭଦ୍ରକରେ ପହଂଚିବା ମାତ୍ରେ  ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ୱରେ ଏକ ବିଶାଳ ମଟର ସାଇକେଲ ରାଲିରେ ଅନ୍ୟ ବିଧାୟକ ଓ ସାସଂଦଙ୍କ ଗହଣରେ ତାଙ୍କୁ ପାଛୋଟି ଅଣାଯାଇଥିଲା । ଭଦ୍ରକ ସହରକୁ Modern City ଭାବେ ନିର୍ମାଣ କରିବା ପାଇଁ ଯଥା ସମ୍ଭବ ସାହାଯ୍ୟ ସରକାର କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପାତିଶ୍ରୁତି ଦେଇଥିଲେ | ଏହା ବ୍ୟତିତ ସହରରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସମିକ୍ଷା କରିଥିଲେ । ସ୍ୱତନ୍ତ୍ର ପ୍ରଡକ୍ଷ୍ୟଣ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ, ମାର୍କେଟ କମ୍ପ୍ଲେକ୍ସ ଶିଳାନ୍ୟାସ ସମେତ କେତେକ  ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ଶ୍ରୀ ଜେନା |

ଏହି କାର୍ଯ୍ୟକ୍ରମରେ ସାଂସଦ ମଞ୍ଜୁଲତା ମଣ୍ଡଳ,ଭଦ୍ରକ ପ୍ରଫୁଲ୍ଲ ସାମଲ, ବିଧାୟକ ସଂଜୀବ ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଉପସ୍ଥିତ ଥିଲେ। ଏହାପରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା

0
0
0
s2sdefault