"ମୂଲ୍ୟବୋଧରେ ଅବମୂଲ୍ୟାୟନ ଘଟିଛି, ତଥାପି ଗୁରୁଙ୍କ ମର୍ଯ୍ୟାଦା ଏବେ ବି ବଳବତ୍ତର ": ଡ଼ ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ- ଗୁରୁପୂଜନ ସମାରୋହ ପାଳିତ

ନୟାଗଡ(ବିଶ୍ୱଜିତ ନାୟକ) -ନୟାଗଡ ବିଜୁପଟନାୟକ କଲ୍ୟାଣମଣ୍ଡପ ପରିସରରେ ଗୁରୁପୂଜନ ସମାରୋହ 2019 ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନୟାଗଡ ଜିଲ୍ଲାପାଳ ଡଃ.ପୋମା ଟୁଡୁ ସମ୍ମାନିତ ଅତିଥି,  ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶିବଶଙ୍କର ପ୍ରଧାନ ଯୋଗ ଦେଇଥିଲେ |  ଅବସର ପ୍ରାପ୍ତ ଅଧ୍ୟାପକ ଡ଼ .ବିଜୟ କୁମାର ଚୌଧୁରୀ ଏହି ସଭାରେ ସଭାପତିତ୍ୱ କରିଥିଲେ । ଏହି ସମାରୋହଟିକୁ ନୟାଗଡରେ ଥିବା ପ୍ରତିଟି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିମନ୍ତ୍ରିତ କରାଯାଇଥିଲା । ସେପ୍ଟେମ୍ବର 5 ହେଉଛି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମ ଜୟନ୍ତୀ ବା ଗୁରୁଦିବସ ।  ପ୍ରତିଟି ଶିକ୍ଷାଅନୁଷ୍ଠାନମାନଙ୍କରେ ଗୁରୁଦିବସ  ଅତି ଆଡମ୍ବରରେ ପାଳନ କରାଯାଉଥିବାବେଳେ,ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଏହି ସମାରୋହକୁ ଆମନ୍ତ୍ରଣ କରାଯାଇ ପ୍ରଥମେ ସେମାନଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜରେ  ଶିକ୍ଷକର ଅବଦାନକୁ ମନେପକାଇଦେଇଥିଲା ଏହି ପୂଜ୍ୟପୂଜା  ଦିବସ ବା ଗୁରୁପୂଜନ ସମାରୋହ । ସମ୍ମାନିତ ଅତିଥି ତଥା ନୟାଗଡ ଜିଲ୍ଲାପାଳ ଉଦଵୋଧନରେ ବଖାଣି ଦେଇଥିଲେ ତାଙ୍କ  ଅତୀତ ଜୀବନର କିଛି ଅଭୁଲା  କଥା । ସେ ଯେଉଁ ପଦବୀରେ ବର୍ତମାନ ଅବସ୍ଥାପିତ ହୋଇଛନ୍ତି ତାର ଶ୍ରେୟ ଦେଇଥିଲେ ତାଙ୍କୁ ଶିକ୍ଷା ଦେଇଥିବା ଶିକ୍ଷକଙ୍କୁ । ଗୁରୁ ଶିଷ୍ୟର ପରମ୍ପରା ମହାନ ବୋଲି ଡ଼.ଟୁଡୁ କହିଥିଲେ ।

ମୁଖ୍ୟ ଅତିଥି ଡ଼.ସାହୁ ତାଙ୍କ ସାରଗର୍ଭଜ ଭାଷଣରେ  ଗୁରୁ ଶିଷ୍ୟର ପରମ୍ପରାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବା ସହ ଛାତ୍ର ଓ ଶିକ୍ଷକର ସମ୍ପର୍କ କୌଣସି ଗୁଣରେ ମାପି ହେବନାହିଁ ବୋଲି ସେ କହିଥିଲେ । ଯଦିଓ ଆମ ସମୟର ଗୁରୁ ଶିଷ୍ୟ ପରମ୍ପରାର ମୂଲ୍ୟବୋଧରେ ଅବମୂଲ୍ୟାୟନ ଘଟିଛି, ତଥାପି ଗୁରୁଙ୍କ ମର୍ଯ୍ୟାଦା ଏବେ ବି ବଳବତ୍ତର ରହିଛି | ଗୁରୁଙ୍କ ସଫଳ ମାର୍ଗ ଦର୍ଶନରେ ହିଁ ଜଣେ ବ୍ୟକ୍ତି ମଣିଷ ହେବ ସମ୍ଭବ ହୁଏ | ଗୁରୁଙ୍କ ଅବଦାନ ବା ଗୁରୁତ୍ୱକୁ କେହି ଭୂଲିପାରିବେ ନାହିଁ ବା ଅସ୍ୱୀକାର କରି ପାରିବେ ନାହିଁ | ସମୟ ବଦଳିଛି, ହେଲେ ଜଣେ କେହି ଚାହିଁ ବି ନିଜ ଅତୀତକୁ ଭୁଲାଇ ପାରିବ ନାହିଁ |  ଅତୀତକୁ ଭୁଲିବାର ଅପଚେଷ୍ଟା କେହି କରି ସଫଳ ହୋଇ ପାରନ୍ତି | ହେଲେ ଜଣକର ଭବିଷ୍ୟତ ହି ତାହାର ଅତୀତର ମୂଳଦୁଆ ଉପରେ ଠିଆ | ଆଜିର ଛାତ୍ର ସମାଜ କିପରି ଶିକ୍ଷକଙ୍କ ଆଦର୍ଶକୁ ଭୁଲି ଅସାମାଜିକ ବ୍ୟକ୍ତିଙ୍କ ପ୍ରରୋଚନାରେ ପଥଭ୍ରଷ୍ଟ ହେଉଛନ୍ତି ସେ ନେଇ ଡ଼.ସାହୁ ଉଦବେଗ ପ୍ରକାଶ କରିଥିଲେ 

0
0
0
s2sdefault