ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର / ସିଦ୍ଧାର୍ଥ ଦାଶ : ଗୁଣପୁର ସହର ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସ ସମ୍ମୁଖରେ ମା ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା । ପୁଜା ର କର୍ତ୍ତା ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଏବଂ ପୂଜକ ଭାବେ ଶ୍ରୀ ନବୀନ ରଥ, ଶ୍ରୀ ପ୍ରକାଶ ରଥ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ସମୟରେ ପୂଜା କମିଟି ର ସଭାପତି ଶ୍ରୀ ମନୋରଞ୍ଜନ ରଥ , କାର୍ଯ୍ୟକାରି ସଭାପତି ଶ୍ରୀ ସୋମେଶ୍ଵର ସାମଲ , ଉପ ସଭାପତି ଶ୍ରୀ ଗୋପାଳ ପାଣିଗ୍ରାହୀ, କୋଷାଧ୍ଯକ୍ଷ ଶ୍ରୀ ଭଗବାନ ନିଶଙ୍କ ଙ୍କ ସମେତ ପୁଜା କମିଟି ର ସଦସ୍ଯ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ । ଆସନ୍ତା ମାସ ଅକ୍ଟୋବର ୧୩ ତାରିଖ ରେ ମା ଙ୍କ ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି ।

0
0
0
s2sdefault