ପାଣି ପିଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜୋରିମାନା ଦେଇ ନ ପାରିବାରୁ ବନ୍ଧା ହେଲେ ଦୁଷ୍କର୍ମ କାରି 

ଘୁ. ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲା ଅଧୀନସ୍ଥ ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି. ଏହି ଅଭିଯୋଗରେ ଅଭିଯୁକ୍ତକୁ  ଗୁରୁବାର ପୁଲିସ ଗିରଫ କରିଛି। ଏହା ସହ ଘଟଣାକୁ ଜୋରିମାନା ପକାଇ ସମାଧାନ କରିବା ପାଇଁ ଉଦ୍ୟମ କରୁ ଥିବା ସେହି ଗାଁ କମିଟିର ୧୦ ଜଣ ସଦସ୍ୟଙ୍କୁ ମଧ୍ୟ ରାଇକିଆ ପୁଲିସ ଗିରଫ କରିଛି।

ପ୍ରାପ୍ତ ସୂଚନା ମୁତାବକ ପୀଡିତାଙ୍କୁ ଏକୁଟିଆ ଥିବାର ସୁଯୋଗ ପାଇ ୨୭ ତାରିଖରେ ଗିରଫ ଯୁବକ ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ବାପା ମାଆଙ୍କୁ କହିବା ପରେ ବାକିଙ୍ଗିଆ ଗ୍ରାମରେ ଏକ ବୈଠକ ବସିଥିଲା। ସମ୍ପୃକ୍ତ ଯୁବକକୁ ଏହି ଜଘନ୍ୟକାଣ୍ଡ ପାଇଁ ଗାଁ କମିଟି ପକ୍ଷରୁ ୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ଗାଁ କମିଟିର ଏହି ନିଷ୍ପତିରେ ନାବାଳିକା ଙ୍କ ପରିବାର ଲୋକ ସହମତି ହୋଇ ନ ଥିଲେ. ଗାଁ କମିଟିର ନିଷ୍ପତିକୁ ସଂମ୍ମାନ ଜଣାଇ ପୀଡିତାଙ୍କ ପରିବାର ଲୋକ ରାଜି ହୋଇ ଥିଲେ.  ନିର୍ଧାରିତ ସମୟରେ ଜୋରିମାନା ଟଙ୍କା ନ ଦେଇ ପାରିବାରୁ ଗ୍ରାମରେ ଅଶାନ୍ତି ଦେଖା ଦେଇ ଥିଲା. ଗ୍ରାମ କମିଟିର ଏହି ନିଷ୍ପତିରେ ନାବାଳିକାଙ୍କ ପରିବାର ଲୋକ ବିରୋଧ କରିବା ସହ ବୁଧବାର ସନ୍ଧ୍ୟାରେ ରାଇକିଆ ଥାନାରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ଗିରଫ କରାଯିବା ସହ ଘଟଣାକୁ ଦବାଇ ଦେବାପାଇଁ  ଚେଷ୍ଟା କରୁଥିବା ଗାଁ କମିଟର ୧୦ ଜଣ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରାଯାଇଛି।

ତେବେ ଏନେଇ ତଦନ୍ତ ଜାରି ରହିଥିବା ଜି ଉଦୟଗିରି ଏସଡ଼ିପିଓ ଜୟକୃଷ୍ଣ ବେହେରା ମତ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ରାଇକିଆ ଥାନା ପୁଲିସ 452, 376(AB), R/W, 6 POKCSO ଦୋଫାରେ 58/2019 ମାମଲା ରୁଜୁ କରି ଦୁଷ୍କର୍ମ କାରି ଏବଂ ଅନ୍ୟ ମାନଂକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକରି ଅଫିସର ରାଜେଶ କୁମାର ଶ୍ରୀଚନ୍ଦନ ସୂଚନା ଦେଇ ଛନ୍ତି ।

0
0
0
s2sdefault