ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଯତ୍ନଶୀଳ ହେବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

 ଶ୍ରୀମନ୍ଦିର ଚତୁଃପାର୍ଶ୍ୱ  ଉଚ୍ଛେଦ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ

 ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଆଧାର କରି ଆଧୁନିକ ବ୍ୟବସ୍ଥା ହେଉ ଏବଂ ଏଥିପାଇଁ ସବୁ ବ୍ୟବସ୍ଥା ଯତ୍ନଶୀଳ ଭାବେ ହେବା ଦରକାର

 ଶ୍ରୀମନ୍ଦିର ପ୍ରସଙ୍ଗରେ ବିଶେଷ ଭାବରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହଭାଗୀତା ରହୁ

ପୁରୀ – ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଯତ୍ନଶୀଳ ହେବା ଦରକାର ଏବଂ ଏହିସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବା ଉଚିତ୍ ବୋଲି ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ପୁରୀ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଏହି ବିଷୟରେ ବିଚାରବିମର୍ଷ କରିବା ପରେ ସେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକବିଂଶ ଶତାବ୍ଦିରେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଆଧାର କରି ଆଧୁନିକ ବ୍ୟବସ୍ଥା ହେଉ । ଏହି ବ୍ୟବସ୍ଥା ଯତ୍ନଶୀଳ ଭାବେ କରାଯାଉ ଓ ଏହିସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେବା ଆବଶ୍ୟକ ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାପନା କରିବାରେ ଶଙ୍କରାଚାର୍ଯ୍ୟଙ୍କର ବହୁତ ବଡ ଭୂମିକା ରହିଛି । ଶ୍ରୀମନ୍ଦିରର ପରମ୍ପରା, ପୂଜାପଦ୍ଧତି ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରମର୍ଶ ମଧ୍ୟ ନେବା ଉଚିତ୍ ।

ଶ୍ରୀମନ୍ଦିର ପ୍ରସଙ୍ଗରେ ସମାଜର ସ୍ଥାନୀୟ ଲୋକ ବିଶେଷ ଭାବରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହଭାଗୀତା ରହୁ । ତେବେ ଏଥିପାଇଁ ସରକାର ଯତ୍ନଶୀଳ ହେବେ ଏବଂ ଏହାର ଅପେକ୍ଷା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault