ବାରିପଦାରେ ଲୁଟେରାଙ୍କ ଦୌରାତ୍ମ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ବରିଷ୍ଠ ନାଗରିକଙ୍କଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ

ବାରିପଦା(୦୫/୦୯)-ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଲୁଟେରା ଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଆଜି ପୂର୍ବାହ୍ନରେ ଗୋଟାଏ ପଟରେ ସଡକ ସୁରକ୍ଷାକୁ ନେଇ ପୁଲିସ ସହରରେ ସଚେତନତା କସର୍ଯ୍ୟକ୍ରମ ଚଳାଇଥିବା ବେଳେ ଅନ୍ୟ ପକ୍ଷରେ ବାରିପଦା ସହରର ୱାର୍ଡ ନଂ ୧୧ ବନ୍ଧସାହି ବାସିନ୍ଦା ତଥା ବରିଷ୍ଠ ନାଗରିକ ଜଗଦୀଶ ମହାପାତ୍ର ବାରିପଦା ଷ୍ଟେସନବଜାର ଏଲହାବାଦ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ଲୁଟେରାଙ୍କ ଲୁଟର ଶୀକାର ହୋଇଥିଲେ। ବିଚାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣଙ୍କ ତାଙ୍କ ଜମାଖାତାରୁ ୫୦ହଜାର ଟଙ୍କା ଉଠାଇ ଫେରୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ମଟର ସାଇକେଲରେ ଆସି ଜନଗହଳିପୂର୍ଣ୍ଣ ଷ୍ଟେସନବଜାର ରାସ୍ତାରେ ତାଙ୍କ ନିକଟରୁ ଆଖିପିଛୁଳାକେ ଝାମ୍ପି ନେଇଥିବାର ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଲୁଟେରା ମାନଙ୍କ ଟେର ପାଉନି ବାରିପଦା ଟାଉନ ଥାନା ପୋଲିସ। ସେ ଏଟିଏମ୍ ଲୁଟ ହେଉ କିମ୍ବା ରାସ୍ତା ରେ ଲୁଟ ହେଉ, ବାରିପଦା ସହରରେ ଲୁଟେରା ମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି। ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ଖୋଦ୍ ଡ଼ିଜିଙ୍କ ସହରରେ  ସହର ବାସୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଦାବି କରିଛନ୍ତି ସହର ବାସୀ।

0
0
0
s2sdefault