କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ  ଶବରପଲ୍ଲୀ  ପଞ୍ଚାୟତ  ଅନ୍ତର୍ଗତ ସୁଣ୍ଡୁରବା ଏବଂ କାନ୍ଦୁଲ ସାହି ଗ୍ରାମ ଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

       ଏହି କାର୍ଯ୍ୟକ୍ରମକୁ  ରା:ଉଦୟଗିରି ବ୍ଲକ ବିଡିଓ ପ୍ରଦୀପ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ  ଜଗନ୍ନାଥ ରଈତ , ବ୍ଲକର କନିଷ୍ଠ ଯନ୍ତ୍ରୀ ହୃଷିକେଶ ମାରାଣ୍ଡି , ପ୍ରଶାନ୍ତ ମଲ୍ଲିକ ଏବଂ ସମିତିସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ ।ଏମାନଙ୍କ ସମେତ ଶବରପଲ୍ଲୀ ପଞ୍ଚାୟତର  ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରାଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ଏହି ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମରେ  ସାମିଲ ହୋଇ କାର୍ଯ୍ୟକ୍ରମକୁ ବ୍ୟାପକ କରିଥିଲେ । ମୁଖ୍ୟତଃ  କଠିନ ବର୍ଯ୍ୟବସ୍ତୁକୁ କିଭଳି ବ୍ୟବହାର କରିବା ସହ ତାର ପରିଚାଳନା କରିବେ , ପୁନଃ କିଭଳି ତାର ସଦ-ବିନିଯୋଗ ହୋଇପାରିବ ଏବଂ ବର୍ଜ୍ୟବସ୍ତୁ ଦ୍ବାରା ସମାଜ ଉପରେ କିଭଳି କୁପ୍ରଭାବ ପଡୁଛି ଓ ତାହା ମାନବ ସମାଜ ପାଇଁ କିଭଳି ଅତ୍ୟନ୍ତ କ୍ଷତିକାରକ ହୋଇଥାଏ , ସେ ସମ୍ପର୍କରେ  ଲୋକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ସଚେତନ କରାଇଥିଲେ ।

     ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ , ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଏବଂ ଅଞ୍ଚଳବାସୀ ପ୍ରମୁଖ  ଏହି କଠିନ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ବିଜୁ ଯୁବ ବାହିନୀ  ଓ ଯୁବକ ସଂଘର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ 

    ଏହି କାର୍ଯ୍ୟକ୍ରମ ପରେ ପରେ ଉପସ୍ଥିତ ସମସ୍ତେ  ଗ୍ରାମର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ସଫେଇ କରିବା ସହ  ଅଳିଆ-ଆବର୍ଜନା ସବୁ ପରିଷ୍କାର କରି ଗୋଟିଏ ଜାଗାରେ ରଖି ତାକୁ ନଷ୍ଟ କରି ଦେଇଥିଲେ  ।

   ଏହି କାର୍ଯ୍ୟକ୍ରମକୁ ଶବରପଲ୍ଲୀ ପଞ୍ଚାୟତର  ନିର୍ବାହୀ ଅଧିକାରୀ ମିନତି ମିଶ୍ର ପରିଚାଳନା କରିଥିବା ବେଳେ ବ୍ଲକର ବିପିସି ଅଶ୍ୱିନି କୁମାର ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault