ମହାପ୍ରଭୁ ନୃସିଂହନାଥ ଙ୍କର ନିକଟରେ ଲାଗିଲା ନବାନ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମନ୍ଦିରରେ ନୂଆଁ ଖାଇଲେ ଦୁଇ ହଜାରରୁ ଅଧିକ ଭକ୍ତ

ବରଗଡ :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ଆଜି ମହାପ୍ରଭୁ ମାର୍ଜର କେଶରୀଙ୍କୁ ସମସ୍ତ ରୀତିନୀତିରେ ନାବାନ୍ନ ଭୋଗ ଅର୍ପଣ କରାଯାଇଥିଲା । ଦୈନନ୍ଦିନ ନୀତି ପରେ ପ୍ରଥମେ ମନ୍ଦିରର ପୂଜକ ଓ ସେବାୟତ ମାନେ ପର୍ଶ୍ୱ ଦେବାଦେବୀ ନିମନ୍ତ୍ରଣ କରି ସରିବା ପରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଅର୍ପଣ କରିଥିଲେ ।ଏହାପରେ ଡଙ୍ଗର ପୂଜା ହେଇଥିଲା । ମନ୍ଦିରର ଶ୍ରୀ ସୁବୋଧ ପଣ୍ଡା ପରମ୍ପରା ଅନୁସାରେ ଗାଦୀ ପୂଜା କରିଥିଲେ । ଆଳତି ଓ ପୁଷ୍ପାଞ୍ଜଳି ପରେ ଗୋମାତା ପୂଜନ କରାଯାଇଥିଲା । ଏହାପରେ ଦୁଇ ହଜାର ରୁ ଉର୍ଧ୍ବ ଭକ୍ତଙ୍କୁ ନବାନ୍ନ ଭୋଗ ହରିହର ପଙ୍ଗତ ମାଧ୍ୟମରେ ବିତରଣ କରଯାଇଥିଲା । ଭକ୍ତଙ୍କର ମାଧ୍ୟରେ ବହୁ ରାଜ୍ୟ ବାହାରୁ ଆସିଥିଲେ । ରାଜ୍ୟ ବାହାରୁ ଆସିଥିବା ଏହି ଭକ୍ତମାନେ ତଥା ସ୍ତାନୀୟ ଭକ୍ତ ଆଜି ହରିହର ପଙ୍ଗତ ମାଧ୍ୟମ ରେ ନୁଆଁଖାଇ ଅନେକ ଆନନ୍ଦିତ ହେଇଥିଲେ । ଆଜି ନୂଆଖାଇ ଉପଲକ୍ଷେ ମହାପ୍ରଭୁଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ ଆସିଥିବା ଭକ୍ତଙ୍କର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।।

ଆଜି ସ୍ୱତନ୍ତ୍ର ଭାବେ ମହାପ୍ରହୁଙ୍କୁ ନାରଙ୍ଗୀ ଫଳ ତଥା ନୂଆ ଧାନ ଅର୍ପଣ କରାଯାଇଥାଏ ।

0
0
0
s2sdefault