ସଡ଼କ ଦୁର୍ଘଟଣା: ଦୁଇ ଏନଟିପିସି କର୍ମଚାରୀ ମୃତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରିଆ:-ସୁନ୍ଦରଗଡ଼ ସଦର ଥାନା ନିକଟ ବାଲିଜୋରି ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ  ଦରଲୀପଲି ଏନଟିପିସି ପାୱାର ପ୍ଲାଣ୍ଟ ଏବଂ ଡୁଲିଂଙ୍ଗା ଏନ ଟିପିସି କୋଇଲା ଖଣି ର ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇଜଣ ହେଲେ ସଶ୍ମିତା କବିରାଜ ଏବଂ ସୂର୍ଯ୍ୟକାନ୍ତ ।   କୌଣସି କାମ ପାଇଁ ସୁନ୍ଦରଗଡ଼ ଆସି ଏକ ଆକ୍ଟିଭା ସ୍କୁଟରରେ ଦରଲୀପଲି ଅଭିମୁଖେ ଯାଉ ଥିବା ବେଳେ ସୁନ୍ଦରଗଡ଼ ଏମସିଏଲ ରାସ୍ତା ର ସଦର ଥାନା ନିକଟ ବାଲିଜୋରି ଛକ ଠାରେ ଏକ ୧୨ ଚକିଆ ଟ୍ରକ ସହିତ ଧକ୍କା ହୋଇଥିଲା । ଏହି ଧକ୍କା ରେ ଭାରସାମ୍ୟ ହରାଇ ଦୁହି ଜଣ ପଡିଯାଇଥିଲେ ଏବଂ ଟ୍ରକର୍ ପଛ ପଟଚକ ତାଙ୍କ ଉପରେ ଚଢିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହି  ଦୁହିଁଙ୍କର ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ସଦର ଥାନା ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ମେଡିକାଲ କୁ ପଠାଇଛି । ଟ୍ରକଟିକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି ।

0
0
0
s2sdefault