ନୂଆ ଖାଇ ଜୁହାର ସମସ୍ତଙ୍କୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଓଡ଼ିଶାର ମହାନ ପର୍ବ ପଶ୍ଚିମ ଓଡିଶାର ଗଣପର୍ବ "ନୂଆଁଖାଇ" ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା "ଶାସକ ପ୍ରଶାସକ" ପରିବାର ପକ୍ଷରୁ । ଆପଣଙ୍କ ଭଲପାଇବା ଆଗରେ ଶାସକ ପ୍ରଶାସକ ସବୁଦିନ ପାଇଁ  ଋଣୀ | ଅଳ୍ପଦିନ ଆଦରି ନେଇଛନ୍ତି "ଶାସକ ପ୍ରଶାସକ"କୁ ପରିବାରର ସଦସ୍ୟ ଭାବେ | ଏହାଠୁ ବଡ ସୌଭାଗ୍ୟର କଥା ଆଉ ଏହାଠୁ ଅଧିକ ଆଶୀର୍ବାଦ ବା ଭଲ ପାଇବା କଣ ହୋଇ ପାରେ | ତେଣୁ ଆଜି ଏ ପବିତ୍ର ଅବସରରେ ଆପଣମାନଙ୍କୁ ନୂଆଁଖାଇ ଜୁହାର ସହ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛୁ |  ମା ସମଲେଶ୍ୱରୀ, ମା ପାଟଣେଶ୍ୱରୀ, ମା ମାଣିକେଶ୍ବରୀ, ମା ସୁରେଶ୍ୱରୀ ଓ ମା ଲଙ୍କେଶ୍ୱରୀ ସମେତ ସମସ୍ତ ପିଠେଶ୍ଵରୀଙ୍କ ଅପାର କରୁଣାରୁ ଆପଣମାନଙ୍କ ସବୁ ପ୍ରକାର ମଙ୍ଗଳ ହେଉ, ଏତିକି ଗୁହାରି | ପ୍ରକୃତି ମାତା ଆମ ପ୍ରତି ସଦୟ ହେଉ | ପ୍ରକୃତି ମାତା ପ୍ରତି ଆମମାନଙ୍କ ଉତ୍ତର ଦାୟିତ୍ୱ ବୃଦ୍ଧି ପାଉ | ସମସ୍ତଙ୍କ ଭିତରେ ଶାନ୍ତି, ମୈତ୍ରୀ, ସଂପ୍ରୀତି ବଜାୟ ରହୁ | ଆମ ମନରେ  ଆଉ ସରକାରଙ୍କ କାର୍ଯ୍ୟଧାରାରେ  ଆଂଚଳିକ ବୈଷମ୍ୟର ଛାପ ନରହୁ | ଯଥା ସମ୍ଭବ ସବୁ ଅଂଚଳର ସମତୁଲ ବିକାଶ ହେଉ | ଆମ ଶାସକ ଓ ପ୍ରଶାସକ ମାନକୁ ମା ସଦବୁଦ୍ଧି ଦିଅନ୍ତୁ | 

ଜୁହାର ନୂଆଖାଇର | ଆସନ୍ତୁ ନାଚିବା, ଗାଇବା ଓ ଝୁମିବା | ନୁଆଁ ଖାଇବା | ମାଙ୍କ ଆଶୀର୍ବାଦ କାମନା କରିବା |  

 

ଗିରିଜା ଶଙ୍କର ଦାଶ (ମୁଖ୍ୟ ସମ୍ପାଦକ)

ଧନଞ୍ଜୟ ହୋତା (ପରିଚାଳନା ସମ୍ପାଦକ )

ମାନସୀ ମିଶ୍ର (ସମ୍ପାଦିକା)

 ଗୌରାଙ୍ଗ ଦାସ (ବ୍ୟୁରୋ ମୁଖ୍ୟ)

BEST WISHES FOR "NUAAKHAAI" FROM "SHASAK PRASHASAK" PARIBAAR 

NUAAKHAI JUHAR

 

0
0
0
s2sdefault