ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଟି ସୂତ୍ର ଆଧାରିତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ପାଇଁ ଜିଲ୍ଲା ସ୍ତରୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି)- ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ବିଭାଗ/କାର୍ଯ୍ୟାଳୟ ତତ୍ୱାବଧାନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସ‘ଳତାର ସହ ଲୋକମାନଙ୍କ ନିକଟରେ ପହଂଚାଇବା ଆଭିମୁଖ୍ୟ ନେଇ ୫ ଟି (ଟିମ୍ୱାର୍କ, ଟାନ୍ସପ୍ୟାରେନ୍ସି, ଟେକ୍ନୋଲଜି, ଟାଇମ୍ ଓ ଟ୍ରାନ୍ସ‘ରମେସନ) କାର୍ଯ୍ୟକାରୀ କରାଯାଇଅଛି । ଉକ୍ତ ୫ ଟିର କାର୍ଯ୍ୟକାରିତା ପାଇଁ ଜିଲ୍ଲା ସ୍ତରରେ ଥିବା ସମସ୍ତ ସରକାରୀ ବିଭାଗ / କାର୍ଯ୍ୟାଳୟରେ ସଠିକ୍ ଉପଯୋଗ କରି ବିଭାଗୀୟ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲାପାଳ ମୟୂରଭଞ୍ଜ ବିନୀତ ଭରଦ୍ୱାଜଙ୍କ ଅ୍ମକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାସିଲିଟିଏସନ କେନ୍ଦ୍ରଠାରେ ବିଭିନ୍ନ ବିଭାଗ ପଦାଧିକାରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ବୈଠକରେ ବିଷେଶକରି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ତ୍ୱରୀତ ତଥା ନିର୍ଦ୍ଧାରିତ ସମୟ ସୀମା ମ୍ମରେ ସ‘ଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ସବୁ ଦିନ ଅଭିଯୋଗ ଗୁଡିକ ଗ୍ରହଣ କରିଯିବା ସହ ସିଙ୍ଗିଲ ୱଣ୍ଡୋ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇ ଜଣେ ନୋଡାଲ୍ ଅଧିକାରୀଙ୍କ ଦାୟୀତ୍ୱରେ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ପ୍ରତ୍ୟେକ ବିଭାଗ କାର୍ଯ୍ୟାଳୟରେ କମ୍ପୁଟର ଇଣ୍ଟନେଟ୍ ଏବଂ ସଂପୃକ୍ତ ଡେଜିଙ୍ଗନେଟେଡ୍ ଅଧିକାରୀ/କର୍ମଚାରୀ ଙ୍କ ହ୍ୱାର୍ଟସଆପ, ମୋବାଇଲ୍ ଫୋନ  ଆଦି ସାମାଜିକ ଗଣମା୍ମମକୁ ଉପଯୋଗ କରି ଦଳଗତ ଭାବେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି କାର୍ଯ୍ୟ କ୍ଷେତ୍ରରେ ସ୍ୱଚ୍ଛତା ପ୍ରତି ଧ୍ୟାନ  ଦେଇ ସମସ୍ତ ସରକାରୀ ସେବା ଲୋକମାନଙ୍କୁ ପଂହଚାଇବାରେ ଗୁରୁତ୍ୱାରୋପ କରାଯାଇଅଛି । ଏହି ଦିଗରେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ସମବାୟ, ସମାଜମଙ୍ଗଳ, ସାମାଜିକ ସୁରକ୍ଷା, ସାଧାରଣ ଯୋଗାଣ, ବ୍ଲକ ତହସିଲ, ରାଜସ୍ୱ, ଜଙ୍ଗଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ନିର୍ମାଣ, ଜିଲ୍ଲା ପଂଚାୟତ, ଶ୍ରମ ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗ କାର୍ଯ୍ୟାଳୟରେ ତ୍ବରାନ୍ୱିତ  କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଏହାର କାର୍ଯ୍ୟନ୍ୱୟନ ସଂପର୍କରେ ସବିଶେଷ କାର୍ଯ୍ୟସୂଚୀ ବିବରଣୀ ଜିଲ୍ଲା ପ୍ରଶାସନ ନିକଟକୁ ଯଥାଶିଘ୍ର ପ୍ରଦାନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା ।

ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜନିଜ କାର୍ଯ୍ୟାଳୟ ସୁପରିଚାଳନା ନେଇ ଅଧସ୍ତନ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟକ୍ରମ କିପରି ଚାଲିଛି ତାର ତଦାରଖ କରି ଲୋକ ମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଆଦି ସମସ୍ୟା ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଶ୍ରୀ ପରମାର୍ ସ୍ମିଥ ପୁରୋଷତମ ଦାସ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମୋ ସରକାର କାର୍ଯ୍ୟକ୍ରମକୁ  ଜିଲ୍ଲାର ସମସ୍ତ ଥାନାରେ ହେଲ୍ପ ଡେକ୍ସ ତ୍ୱରାନ୍ୱିତ କରାଯାଇ ଲୋକମାନଙ୍କୁ ସେବା ଯୋଗାଇବା ଦିଗରେ ୫ ଟି ସୂତ୍ର ଅଧାରରେ କାର୍ଯ୍ୟକ୍ରମ ଲୋକାଭିମୂଖୀ କରାଯିବ ବୋଲି ସୂଚାଇଥିଲେ । ସେହିପରି ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ ମିଲ୍ଲିକ ଜିଲ୍ଲାରେ ଜଙ୍ଗଲ ସୁରକ୍ଷା  ଏବଂ ଜଙ୍ଗଲି ହାତୀ ଦ୍ୱାରା ଲୋକମାନଙ୍କ ଗୃହ, ଫସଲ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗଇ ଦେବା ତଥା ତୁରନ୍ତ ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ପ୍ରତି ଧ୍ୟାନ ଦେଇ ସମସ୍ତ ଗ୍ରାମ ସ୍ତରରେ ଅଧସ୍ତନ ଅଧିକାରୀ/କର୍ମଚାରୀ ମାନଙ୍କ ମ୍ମରେ ସମନ୍ୱୟ ରକ୍ଷାକରି ବିଭାଗୀୟ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସୂଚାଇଥିଲେ । ଅନ୍ୟମାନଙ୍କ ମ୍ମରେ ରାଜ୍ୟ ତ୍ମସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଗଙ୍ଗାଧର ନାୟକ ଜିଲ୍ଲାଗ୍ରସ୍ତରେ ଆସି ଏହି ବୈଠକରେ ଯୋଗ ଦେଇ ୫ ଟି ଅଧାରରେ ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ସଂପର୍କରେ ସୂଚାଇଥିଲେ ।

ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ୫ ଟି ସୂତ୍ରର କାର୍ଯ୍ୟକାରୀ ଅଗ୍ରଗତି ତଥା କାର୍ଯ୍ୟ ରୂପାୟନ ସଂପର୍କରେ ତଥା ଆସନ୍ତା ଅକ୍ଟୋବର ମାସରୁ ଭିଡିଓ କନଫରେନି୍ସ ମା୍ମମରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଆଦି ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ସଂପର୍କରେ ସିଧାସଳଖ ହିତାଧିକାରୀ ମାନଙ୍କ ସହିତ ନେଇ ୫ ଟିର କାର୍ଯ୍ୟକାରିତାରେ କିପରି ଉପକୃତ ହେଉଛନ୍ତି । ସେ ସଂପର୍କରେ ପଚାରି ବୁଝିବେ । ତେଣୁ ଏଥିପାଇଁ ପ୍ରତ୍ୟେକ ବିଭାଗ ଅଧିକାରୀ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ ।ଅନୁଷ୍ଠିତ  ଉକ୍ତ ବୈଠକରେ ଜିଲ୍ଲା ସମସ୍ତ ଉପଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ ।

0
0
0
s2sdefault