ମୁଖ୍ୟମନ୍ତ୍ରୀ ଯେତେ ୫ଟି କଲେ କଣ ହେବ : ସବଡେ଼ଗା ବ୍ଲକ କିନ୍ତୁ ନିଆରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏଠି କରପସନ ହୁଏ ଟ୍ରାନ୍ସପରେଂଟଲି, ଭଗବାନ ଭରସାରେ ସରକାରଙ୍କ ବିକାଶ 

ଉପାନ୍ତ ଅଂଚଳରେ ଥିବାରୁ ଭିଜିଲାନ୍ସ ମାହାପୁରୁଙ୍କ ପଡୁନି ନଜର 

ସବଡେ଼ଗା : ରାଜ୍ୟ ସରକାର ଯୋଜନା କରନ୍ତି ଲୋକଙ୍କ ହିତ ପାଇଁ | ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ | ଆଉ ସବୁ ଯୋଜନାକୁ ଠିକଣା ଢଙ୍ଗରେ କାମ କରିବା ପାଇଁ ଆରମ୍ଭ କରିଛନ୍ତି ୫ ଟି | ହେଲେ ସୁନ୍ଦରଗଡର ସବଡେ଼ଗା ବ୍ଲକ କିନ୍ତୁ " ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ" ରୀତିରେ ଚାଲିଛି | ମାନେ ଏହି ବ୍ଲକରେ କାମ କରୁଥିବା କର୍ମଚାରୀ ଓ ଯନ୍ତ୍ରୀ କିନ୍ତୁ ଏଠି ଏକଛତ୍ରପତି | ସେମାନଙ୍କ ଦ୍ୱାରା ଚାଲିଥିବା ଦୁର୍ନୀତିର ଆମରାବତୀରେ ସେମାନେ ଇନ୍ଦ୍ର ଶଚୀପତି | ତେଣୁ ସରକାରୀ ବ୍ୟବସ୍ଥାର ଆଖିରେ ଆଙ୍ଗୁଠି ଗେଂଜି  ଦିବଲୋକରେ ବ୍ଲକର୍ ବିଭିନ୍ନ ପଞ୍ଚାୟତରେ ମନରେଗା କାମରେ ଲୂଟମାର ଚଳାଇଥିବା ଅଭିଯୋଗ ହେଉଛି | ଏଷ୍ଟିମେଟ ହିସାବରେ ୬୦ପ୍ରତିଶତ ମାଟି କାମକରି  ସାରିବା ପରେ ୪୦ପ୍ରତିଶତ କଂଷ୍ଟ୍ରକସଂନ କାମ କରିବା କଥା ,ହେଲେ ବ୍ଲକ କର୍ମଚାରୀ ମାନେ ମନରେଗା କାମ ହୋଇଥିବା ଜାଗା ଗୁଡିକରେ କଂକ୍ରିଟ କାମକୁ  ଆଗତୁରା କାର୍ଯ୍ୟକରି ପ୍ରାୟତଃ ଜାଗାରେ ପଇସା ନେଇ ସାରିଥିବା ବେଳେ ବହୁତ ଜାଗାରେ ମାଟି କାମକୁ ୨୦ପ୍ରତିଶତ କାର୍ଯ୍ୟକରି ସମ୍ପୁର୍ଣ୍ଣ ମାତ୍ରାରେ ବିଲଟଙ୍କା ଉଠାଇ ନେଇଥିବା ଅଭିଯୋଗ ହେଉଛି ! ସେହିପରି ବ୍ଲକ ର୍ କର୍ମଚାରୀମାନେ କିଛି ଠିକାଦାର ମାନଙ୍କ ସହିତ ଡ଼ିପାର୍ଟମେଣ୍ଟାଲ କାମ କରି ଲକ୍ଷଲକ୍ଷ ଟଙ୍କା ଚଳୁ କରୁଥିବା ଶୁଣିବାକ ମିଳୁଛି | ବିଭିନ୍ନ ପଞ୍ଚାୟତର୍ ବିଭିନ୍ନ ଗ୍ରାମରେ କୁଅ ଖନନ ପାଇଁ ଆସୁଥିବା ଏକ ଲକ୍ଷ ଉପରେ ଟଙ୍କାକୁ ହିତାଧିକାରୀଙ୍କୁ କାମ ସରିବା ପରେ ୮୦ରୁ୯୦ହଜାର ଟଙ୍କା ଦେଇ ପରେ ଫଲସ ଵିଲ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ମଧ୍ୟ ହେଉଛି | ଲୋକମାନେ ଯେତିକି ମିଳୁଛି ଭାଗ୍ୟର କଥା ଭାବି କାନ ମୁଣ୍ଡ ଆଉଁସି ବାଧ୍ୟ ହୋଇ ଚୁପ ହୋଇ ରହୁଛନ୍ତି | ସେହିଭଳି ବିଭିନ୍ନ ରାସ୍ତାରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବା ଜାଗାରେ ବହୁ କମ ପରିମାଣରେ ଥୀକନେସ ଦେଇ ଫୁଲ ଥୀକନେସ ଭାବେ କାଗଜପତ୍ରରେ ଦେଖାଇ ଠିକାଦାର ଓ ବ୍ଲକ କର୍ମଚାରୀ ସରକାରୀ ରାଜସ୍ବ ମିଳିତ ଭାବେ ହଡପ କରିଚାଲିଥିବା ଅଭିଯୋଗ ହେଉଛି | ହେଲେ ସମ୍ପୁର୍ଣ୍ଣ ମାତ୍ରାରେ ଦେଖିବାକୁ ଗଲେ ବିଭିନ୍ନ ପଞ୍ଚାୟତରେ ଭତ୍ତା ଅନିମିୟତା ଠାରୁ ବିଭିନ୍ନ ରାଜ୍ୟ ସରକାରଙ୍କ ଜନହିତକର ପାଇଁ ଆସୁଥିବା ଟଙ୍କାକୁ ହଡପ ଅଭିଯୋଗ ହେଉଛି ତେଣୁ ଭିଜିଲାନ୍ସ ଦ୍ୱାରା ବିଗତ ପାଞ୍ଚବର୍ଷର ଅଡିଟ ଚେକ କରିବା ସହିତ ମନରେଗା, ବ୍ଲକ ର୍ ସମସ୍ତ ୩ବର୍ଷ ଭିତରେ ହୋଇଥିବା କଂକ୍ରିଟ ରାସ୍ତା ସହିତ ସମସ୍ତ ଗାଡ଼ୱାଳ ର୍ ଥୀକନେସ ଓ ରେସିଓ ଚେକ କରାଯାଉ ବୋଲି ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣ ଦାବୀ କରିଛନ୍ତି ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଭିଜିଲାନ୍ସ ଦ୍ୱାରା ସମସ୍ତ ମନରେଗା ଓ ବିଭିନ୍ନ କାମ ଗୁଡିକୁ ତଦନ୍ତ କରାନ୍ତୁ ବୋଲି ଦାବୀହେଉଛି |

 



 



 

0
0
0
s2sdefault