ମୟୂରଭଞ୍ଜ: ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଦେଶର ସମଗ୍ର  ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନ ସେପ୍ଟେମ୍ବର ୧  ତାରିଖରୁ ଆରମ୍ଭ ହୋଇଚି | ତାହା ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ  । ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନ ଜାତୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ  ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ମଣ୍ଡଳୀର ଭୋଟର ତାଲିକା ଆସନ୍ତା ୨୦୨୦ ଜାନୁଆରୀ ପହିଲା ତାରିଖକୁ ଯୋଗ୍ୟତା ସୂଚକ ଭାବେ ନିଆଯାଇ ଶତ ପ୍ରତିଶତ ନିର୍ଭୂଲ ଭୌଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି । ଏହି ଉପଲ୍ଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫାସିଲିଟେସନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ ଭରଦ୍ୱାଜ ଓ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଯୋଗ ଦେଇ ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ  ବୈଠକରେ ଜିଲ୍ଲାପାଳ ଭରଦ୍ୱାଜ୍  ସେପ୍ଟେମ୍ବେର ୧ ତାରିଖରୁ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ·ଲୁ ରହୁଥିବା ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନରେ ସମସ୍ତ ଭୋଟର ନିଜର ଭୋଟର ଫୋଟୋ  ପରିଚୟପତ୍ରରେ ଥିବା କୌଣସି ତୃଟିକୁ ସଂଶୋଧନ କରାଇବାପାଇଁ ସୂଚାଇଛନ୍ତି । ଏଥିପାଇଁ ନିଜ ଅଂଚରେ ଥିବା ଜନସେବା କେନ୍ଦ୍ର (ସି.ଏସ.ସି.) ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଖୋଲାଯାଇଥିବା ଭୌଟର ସହାୟତା କେନ୍ଦ୍ର ଭୋଟର ହେଲ୍ପ ଲାଇନ୍ କିମ୍ନା ନିଜର ମୋବାଇଲ ଆପ୍ ଏବଂ ଏନଭିଏସପି ୱବ୍ ସାଇଟ୍ ମାଧ୍ୟମରେ ସମ୍ପୃକ୍ତ ବି.ଏଲ.ଓ.ଙ୍କ  ସହଯୋଗରେ ନିଜର ଭୋଟର ତାଲିକା ସମ୍ପର୍କରେ ଯାଞ୍ଚ କରିପାରିବେ । ଏହି ପ୍ରକ୍ରିୟା  କମରେ ଯଦି କୌଣସି ଭୋଟରଙ୍କ ଭୋଟର ପରିଚୟ ପତ୍ରରେ ଥିବା ଫଟୋ କିମ୍ବା ନାମ ଠିକଣା, ଆଦି ଭୁଲ ଥାଏ, ତା ହେଲେ, ଭୋଟର ନିଜର ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାରକାର୍ଡ, ରାସନକାର୍ଡ ସରକାରୀ / ଅର୍ଦ୍ଧ ସରକାରୀ କ୍ଷେତ୍ରରେ ଥିବା ପରିଚୟ ପତ୍ର, ବ୍ୟାଙ୍କ ପାସବୁକ୍ ଓ କୃଷକ ପରିଚୟ ପତ୍ର ଆଦି ଯେ କୌଣସି ପରିଚୟ ପତ୍ର ଦେଖାଇ ସମ୍ପକ୍ତ ବି.ଏଲ.ଓ.ଙ୍କ ସହେଯାଗରେ ନିଦ୍ଧାରିତ ଥିବା ଫର୍ମ ଯଥା କ୍ରମେ ୬, ୭, ୮ ଓ ୮(କ) ରେ ପୂରଣ କରି ଆବେଦନ କରିବେ । ପରିବାର କୌଣସି ବ୍ୟକ୍ତି ମୃତ, କିମ୍ବା ସ୍ଥାନାନ୍ତରୀତ ହୋଇଥାନ୍ତି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ ଦେବାପାଇଁ ମଧ୍ୟ  ଆବେଦନ କରିପାରିବେ ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଯେଉଁମାନଙ୍କ ବୟସ ଆସନ୍ତା ତା ୦୧.୦୧.୨୦୨୦ ସୁଦ୍ଧା ୧୮ ବର୍ଷ ବୟସ ହେଉଥିବା ସେମାନଙ୍କ ୬ନଂ ଫର୍ମରେ  ନିଜର ନାମ ଦରଜ କରିପାରିବେ । ସବିଶେଷ ଜାଣିବା ପାଇଁ ଭୋଟର ହେଲ୍ପ ଲାଇନ୍ ନିଃଶୁଳ୍କ  ଫୋନ  ନଂ ୧୯୫୦ରେ ଯୋଗାଯୋଗ କରିପାରିବା ପାଇଁ ପରାମର୍ଶ ଦିଆଯାଉଅଛି । ଅନୁଷ୍ଠିତ  ଉକ୍ତ କାର୍ଯ୍ୟକ୍ରମରେ ସଂମ୍ପୃକ୍ତ ବିଭାଗ ଅଧିକାରୀ/ କର୍ମଚାରୀଏବଂ ଗଣମାଧ୍ୟମ ପ୍ରତିନିଧି ଓ ବାରିପଦା ପୌରାଞ୍ଚଳର ଭୋଟର ମାନେ ଯୋଗଦେଇ ନିଜ ନିଜର ଭୋଟର ତାଲିକା ଯାଞ୍ଚ କରିଥିଲେ । 

 

0
0
0
s2sdefault