ଅଙ୍ଗନବାଡି ପିଲାମାନଙ୍କୁ ଛତୁଆ ବାଣ୍ଟିଲେ ଅଣ୍ଡର ସେକ୍ରେଟାରୀ ଓ ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଜାରୀ ପ୍ରକାରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରେ  ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଏଣିକି ପ୍ରତି-ମାସର ୧ ତାରିଖରୁ କେନ୍ଦ୍ରରେ ପାଠ ପଢୁଥିବା ଶିଶୁମାନଙ୍କୁ ମିଳିବ ଛତୁଆ ଖାଦ୍ୟ ।

    ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଅଣ୍ଡର ସେକ୍ରେଟାରୀ ବିଧୁ ଭୂଷଣ କୁଲୁଡି  ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କାଶୀନଗର ଓ ଗୋଷାଣୀ ବ୍ଲକ ଯାଇ ସେଠାରେ ଜିଲ୍ଲାପାଳ  ଅନୁପମ ସାହାଙ୍କ ସହ ମିଶି ପିଲାଙ୍କୁ ଛତୁଆ ଖାଦ୍ୟ ବଣ୍ଟନ କରିଥିଲେ ।

        କାଶୀନଗର ବ୍ଲକର ସିଧାମଡଙ୍ଗ ଓ ଗୋଷାଣୀ ବ୍ଲକର ବି.ସିତାପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପିଲାଙ୍କୁ ଛତୁଆ ଖାଦ୍ୟ ବଣ୍ଟନ କରିଥିଲେ । ପରେ ଛତୁଆ ଖାଦ୍ୟ ଦ୍ୱାରା ପିଲାମାନେ କିଭଳି ଅପପୁଷ୍ଟିର ଶିକାର ନ ହୋଇ ସୁସ୍ଥ ରହି ପାରିବେ , ସେ ଦିଗରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

   ପରେ ବିଭାଗୀୟ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲିକଙ୍କ  ସହ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ପିଲାମାନଙ୍କୁ ସରକାରଙ୍କ  ନୂତନ ନିର୍ଦ୍ଦେଶାବଳୀ ପ୍ରକାରେ ନିର୍ଦ୍ଧିଷ୍ଟ ତାରିଖରେ ଛତୁଆ ଓ ଅନ୍ୟାନ୍ୟ  ଖାଦ୍ୟ ଦିଆଯିବା , ପୁର୍ବରୁ ଏସବୁ ଖାଦ୍ୟ ସବୁ ପିଲାଙ୍କୁ ଠିକ ଭାବେ ଦିଆ ଯାଉଛି ନା ନାହିଁ , ତାହା ଟିକିନିଖି ପଚାରି ବୁଝିଥିଲେ ଅଣ୍ଡର ସେକ୍ରେଟେରି  ବିଧୁ ଭୂଷଣ କୁଲୁଡ଼ୀ ଓ ଜିଲ୍ଲାପାଳ ଅନୁପମ ଶାହା । 

    ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ , ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା , ମିଶନ ଶକ୍ତି କର୍ମକର୍ତ୍ତା ଓ ଶିଶୁ ମାନଙ୍କ ମା' ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault