ହେଡଲାଇନସ୍:

ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ : ଡ଼ ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁରେ ସ୍ୱାୟତ ଶାସନ ଦିବସ ପାଳିତ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ସ୍ଥାନୀୟ  ଇନଣ୍ଡୋର ଷ୍ଟାଡିୟମ୍ ଠାରେ ବିଜ୍ଞାପିତ ଅଂଚଳ ଓଡଗାଁର ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ସମାରୋହ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରାତଃକାଳରେ ରାମଧୁନ୍, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ଏବଂ ଏନଏସି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଜାତୀୟପତାକା ଉତ୍ତୋଳନ  ହୋଇଥିଲା । ଅପରାହ୍ନରେ ଆୟୋଜିତ ସାଧାରଣ ସଭାରେ ନୟାଗଡ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ବିଭଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡଗାଁ ସହରକୁ ସ୍ୱାଚ୍ଛତା ରଖିବା ସହିତ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସହର ବାସୀଙ୍କ ସହ ଯୋଗ କାମନା କରିଥିଲେ । ବିକାଶ ମୁଳକ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁ । ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୁଡିକର ସୁପରିଚାଳନା ପାଇଁ ଜାରିଙ୍ଗୀ ଠାରେ ୧କୋଟି ୨୩ ଲକ୍ଷ ବ୍ୟୟରେ ଏକ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଂଟର, ଆଧୁନିକ ବସଷ୍ଟାଣ୍ଡ ଏବଂ ଶବ ଦାହ ଗୃହ ନିର୍ମାଣ କରିବାକୁ ଯୋଜନା ରହିଛି । ଏତଦ୍ ବ୍ୟତିତ ରାସ୍ତା ଗୁଡିକରେ ଥିବା ଉଠା ଦୋକାନୀ  ଏବଂ ବୁଲା ବିକାଳି ମାନଙ୍କର ଥଇଥାନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଥିଲେ । ଏହି ଅବସରରେ ୭୨ ଜଣ ହିତାଧିକାରୀଙ୍କୁ ଭତ୍ତା  ପ୍ରଦାନ କରିଥିଲେ । ନୟାଗଡ ଉପଜିଲ୍ଲାପାଳ ତଥା ପ୍ରଶାସକ ବିଜ୍ଞାପିତ ଅଂଚଳ ପରିଷଦ ଜିତେନ୍ଦ୍ର କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଇପ୍ସିତା ପ୍ରିୟଦର୍ଶିନୀ ଏବଂ ପ୍ରୀୟଙ୍କା ପ୍ରିୟଦର୍ଶିନୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା  କରିଥିଲେ |  ଏନଏସି କର୍ମଚାରୀଙ୍କ ସହଯୋଗରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ  । 

0
0
0
s2sdefault