ହେଡଲାଇନସ୍:

ମତ୍ସସମ୍ପଦ ନିଗମ ଅଧ୍ୟକ୍ଷ ଅସୀତ ପଟ୍ଟନାୟକଙ୍କୁ  ଭଦ୍ରକ ବିଜେଡି ସମର୍ଥକଙ୍କ ଦ୍ବାରା ସ୍ଵାଗତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) ; ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ତଥା ରାଜନୈତିକ ଦାବିଦାର ଭାବେ ବିଜେଡି ରାଜନୀତିରେ ସକ୍ରୀୟ ଥିବା ଅସୀତ ପଟ୍ଟନାୟକ (ବୁଲୁ) ନୂଆ ଦାୟିତ୍ବ ପାଇଲା ପରେ ଭଦ୍ରକ ଫେରିଛନ୍ତି । 

ଆଜି ଏକ ମୋଟର ସାଇକେଲ ରାଲିରେ ତାଙ୍କ ସମର୍ଥକଙ୍କ ଦ୍ବାରା ଆସିଲେ ତାଙ୍କ ବାସ ଭବନ ପର୍ଯ୍ୟନ୍ତ । ଭଦ୍ରକ ବିଜେଡିର କନ୍ଦଳ ପରେ ବିଧାୟକ ଟିକେଟ୍ ପାଇବାରେ ବଞ୍ଚିତ ହୋଇ କିଛି ଦିନ ପାଇଁ ନିରଭ ରହିଥିବା ଅସୀତ ଏବେ ପୁଣି ସକ୍ରୀୟ ହୋଇ ଉଠିଛନ୍ତି । ଏହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଅନୁଷ୍ଟିତ କାର୍ଯ୍ୟକ୍ରମରେ ବୁଲୁ ଭଦ୍ରକ ବିଧାୟକଙ୍କୁ ବିରୋଧ କରୁନଥିଲେ ମଧ୍ୟ ତାଙ୍କ ଆଖ ପାଖରେ ଥିବା କିଛି ଖଳ ଓ କୁଚକ୍ରୀ ନେତା,କୁଜିନେତା ଏବଂ ଡବଲ ରୋଲରେ ଥିବା କିଛି କର୍ମିଙ୍କୁ ସମାଲୋଚନା କରିଥିଲେ । ଭଦ୍ରକ ବିଜେଡିକୁ ତିଆରି କରିବାରେ ତାଙ୍କ ପିତା ଏବଂ ତାଙ୍କର ଅବଦାନ ଅଧିକ ଥିବାରୁ ତାଙ୍କ ଦଳୀୟ ପ୍ରାର୍ଥୀ ୩୦ହଜାର ରୁ ଉର୍ଦ୍ଧ ଭୋଟରେ ବିଜୟି ହୋଇଥିବା ସେ କହିଛନ୍ତି । ତେବେ ଭଦ୍ରକ ବିଜେଡି ଏବେ ବଦଳୁଥିବା ବେଳେ ବୁଲୁଙ୍କ ଲେଉଟାଣି ଆଗକୁ କି ରୂପ ନେବ ତାକୁ ନେଇ ଆରମ୍ଭ ହେଲାଣି ଆକଳନ ।

0
0
0
s2sdefault