ହେଡଲାଇନସ୍:

ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ର/ଛାତ୍ରୀଙ୍କୁ ପୋଷାକ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ପୋଷାକ  ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ  ଯୋଗ ଦେଇ ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ।

       ଅତିଥି ଭାବେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ  ବୃଷ କେତୁ ଦାସ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜି: ସୁଦର୍ଶନ ରାଓ ଏବଂ ବରିଷ୍ଠ ଶିକ୍ଷକ ବି:ବୃନ୍ଦାବନ  ରାଓ  ପ୍ରମୁଖ ଯୋଗଦେଇ ସମସ୍ତ ଛାତ୍ରା/ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ ।

   ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଛାତ୍ର/ଛାତ୍ରୀ ମାନଙ୍କୁ  ଶିକ୍ଷା କ୍ଷେତ୍ରରେ ଶିକ୍ଷା ବିଭାଗର ଏହିଭଳି ମନୋନିବେଶ କରିବା ପାଈଁ ଏକ ଉପଯୁକ୍ତ ଉପାୟ ବୋଲି କହିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ସିଆରସି:- କ୍ରିଷ୍ନାରାଓ  ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault