ହେଡଲାଇନସ୍:

କଳାଞ୍ଜଳି" ପକ୍ଷରୁ  ମାଗଣା ସ୍ବାସ୍ଥ୍ୟ ଚିକିତ୍ସା  ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

           ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧି ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  "କଳାଞ୍ଜଳି" ସେବା ସଂସ୍ଥା ପକ୍ଷରୁ "ପ୍ରଭା"  ଅନୁଷ୍ଠାନ ସହଯୋଗରେ ପାରଳାଖେମୁଣ୍ଡି ଠାରେ ଥିବା ଡାଃ ରବି ନର୍ସିଂ ହୋମ ର ମୁଖ୍ୟ ଡାଃ ଆର:ରବି ଙ୍କ ସ୍ବର୍ଗୀୟ ପିତା ଆର:ସାମ୍ଭା ଶିବାରାଓଙ୍କ ସ୍ମୃତି ଉଦ୍ଦେଶ୍ ରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ସହମତିରେ ଅନୁଷ୍ଠିତ ହୋଇ ଯାଇଛି ।

        ଏହି ଶିବିର କାର୍ଯ୍ୟକ୍ରମରେ  ପଡୋଶୀ ଆନ୍ଧ୍ରର ବିଶାଖାପାଟନାମ୍ ସ୍ଥିତ କୁଇନ ଏନ:ଆର:ଆଇ: ହସପିଟାଲର ବିଭିନ୍ନ ବିଭାଗର ୪ ଜଣ ବିଶେଷଜ୍ଞ ଡା଼କ୍ଟର୍ ଯୋଗ ଦେଇ ୭୦୦ ରୁ ଅଧିକ ବିଭିନ୍ନ ପ୍ରକାରର ରୋଗୀ ମାନଙ୍କ  ସ୍ବାସ୍ଥ୍ୟ-ଚିକିତ୍ସ୍ୟା ଓ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଥିଲେ । ଶିବିର କାର୍ଯ୍ୟକ୍ରମରେ ଆବଶ୍ୟକ ସ୍ଥଳେ ରୋଗୀ  ମାନଙ୍କ  ପରୀକ୍ଷା ପାଈଁ   ଇସିଜି ଏବଂ ୨ଟି ଡି-ଇସିଏଚଓ ମଧ୍ୟ ରହିଥିଲା ।

    ଏହି ସ୍ବାସ୍ଥ୍ୟ-ଚିକିତ୍ସା  ଶିବିରରେ କୁଇନ  ଏନ ଆର ଆଇ  ହସପିଟାଲର ଛାତି-ରୋଗ ବିଶେଷଜ୍ଞ ଡାଃ-କେ ସୁରେନ୍ଦ୍ର , ହୃଦ୍-ରୋଗ ବିଶେଷଜ୍ଞ ଡାଃ-ଏସ ଏସ ପି ସୁବ୍ରମଣ୍ୟାମ୍, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାଃ-ପି: ଶରତ ରାମା ଏବଂ ଔଷଧ ବିଶେଷଜ୍ଞ ଡାଃ-ସୟେଦ ରାହାମ୍ ତୁଲ୍ଲା ଙ୍କ ସମେତ ପାରଳାଖେମୁଣ୍ଡି  ରବି ନର୍ସିଂ ହୋମ ମୁଖ୍ୟ ଡାଃ- ଆର:ଆର: ରବି ପ୍ରମୁଖ ଯୋଗ ଦେଇ ମାଗଣା ଚିକିତ୍ସ୍ୟା ସେବା ଯୋଗାଇ ଦେଇଥିଲେ । 

      ମୁଖ୍ୟତଃ ଗୋଟିଏ ସ୍ଥାନରେ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ର ଅଞ୍ଚଳର   ବିଭିନ୍ନ ପ୍ରକାରର  ରୋଗୀ ମାନଙ୍କୁ ବିଭିନ୍ନ ପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସ୍ୟା ସେବା ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ ବୋଲି "କଳାଞ୍ଜଳି" ଓ "ପ୍ରଭା"  ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

      ଏହି କାର୍ଯ୍ୟକ୍ରମରେ କୁଇନ-ଏନଆରଆଇ ହସପିଟାଲର ୪ ଜଣ ଡାକ୍ତରଙ୍କ ସମେତ ୧୪ ଜଣ କର୍ମଚାରୀ ଯୋଗ ଦେଇଥିବା ବେଳେ  ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଲୋକ ସମ୍ପର୍କ ଅଧିକାରୀ ଶ୍ରୀନିବାସ ବେହେରାଙ୍କ ସମେତ  "କଳାଞ୍ଜଳି" ଅନୁଷ୍ଠାନର ବି.ଏସ.ରାଓ ଏବଂ ବି .ଜନାର୍ଦ୍ଦନ ଓ ତାଙ୍କ ଟିମ ଏବଂ "ପ୍ରଭା" ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଆପ୍ପା-ରାଓ  ନାନାଜି ଓ ତାଙ୍କ ଟିମ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

 

0
0
0
s2sdefault