ହେଡଲାଇନସ୍:

ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ହିଁ ଏକମାତ୍ର ଲକ୍ଷ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁରରେ ଶିକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା


ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ବ୍ଲକକୁ ପରିକ୍ରମା କରୁଥିବା ଶିକ୍ଷା ସଚେତନତା ରଥକୁ ମଙ୍ଗଳବାର ବିଜେପୁର ଓ ଜାରିଂ କ୍ଲଷ୍ଟର ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଶିଶୁଙ୍କୁ ଅଭିଭାବକଗଣ ସରକାରୀ ବିଦ୍ୟାଳୟରେ ନାମଲେଖାଇବାର ସୁଯୋଗ ଦିଅନ୍ତୁ।ଆଜିର ଶିଶୁ ଭବିଷ୍ୟତରେ ମଣିଷ ପରି ମଣିଷଟିଏ ହେଲେ ଯାଇ ସାମାଜିକ ପରିବର୍ତ୍ତନ ସାଧିତ ହୋଇପାରିବ। ତେଣୁ ସରକାରଙ୍କ ଚିନ୍ତାଧାରାକୁ ପୂରଣ କରିବା ପାଇଁ ଗୁଣାତ୍ମକ ଶିକ୍ଷାଦାନ ହିଁ ଏକମାତ୍ର ଲକ୍ଷ୍ୟ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ।ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତାକୁ ଭବ୍ୟ ସ୍ଵାଗତ କରାଯାଇଥିଲା।ପରେ ସ୍କୁଲ ନିକଟସ୍ଥ ବଟବୃକ୍ଷ ମୂଳେ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତୀୟା,ଭୋଜରାଜ ମଲ୍ଲିକ, ଦୁର୍ଲ୍ଲଭ ମେହେର, ବିଜେପୁର ସିଆରସିସି ସୂଧାଂଶୁ ଶେଖର ଜାଲ, ମୀନାକ୍ଷୀ ରାଣୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଭିଭାବକଗଣଙ୍କୁ ଉତ୍ସାହିତ କରିଥିଲେ।ପ୍ରେମରାଜ ରଣା ଅତିଥି ପରିଚୟ, ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିକ୍ଷକ ବାହାଦୁର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଶିକ୍ଷାର୍ଥୀମାନଙ୍କୁ ନେଇ ଭବ୍ୟ ଶୋଭାଯାତ୍ରାରେ ଶିକ୍ଷା ସଚେତନତା ରଥ ଗ୍ରାମ ପରିକ୍ରମା କରିଥିଲା। ଶିକ୍ଷକ କମଳ ଛତର ଓ ବିକାଶ ଚନ୍ଦ୍ର ଗଡତୀୟାଙ୍କର ତତ୍ତ୍ଵାବଧାନରେ ଏହି ରଥ ଏମ୍.ଗଣ୍ଡପାଲି, କ୍ଷେତରପଡା,ଲେମଧର,ପିପିଲିପାଲି,ବୁଡାପାଲି,ମାଣିକଚଉଁରା ପରିକ୍ରମା କରିଥିଲା।ସେହିପରି ଶିକ୍ଷକ ବିଡ଼ିଓ ସାହୁ ଓ ବିଜୟ ରଞ୍ଜନ ଦାଶଙ୍କ ତତ୍ତ୍ଵାବଧାନରେ ବିଜେପୁର କ୍ଲଷ୍ଟରର ସଂକର୍ଷଣ ଉଚ୍ଚ ପ୍ରାଥମିକ,ବାଳିକା ଉଚ୍ଚ ପ୍ରାଥମିକ,କେଉଁଟିପାଲି,ବାଉଁଶପୋଲା,ବିଲେଇପାଲି,ସମଲାଇପଦର,ମନୋହରପାଲି ସ୍କୁଲ ସମେତ ଗ୍ରାମ ପରିକ୍ରମା କରିଥିଲା।

0
0
0
s2sdefault