ହେଡଲାଇନସ୍:

ଆସିଥିଲେ ମନ୍ଦିର , ଖେଳୁଥିଲେ ଜୁଆ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ / ପାଇକମାଲ:-ବରଗଡ ଜିଲ୍ଲା ପାଇକମାଲ ଥାନା ଏ ଏସ ଆଇ  ଶ୍ରୀ ଏସ କେ ସାହୁ ନୃସିଂହନାଥକୁ ପାଟ୍ରୋଲିଂ ରେ ଯାଇଥିବା ବେଳେ କିଛି ଯୁବକ ଜୁଆ ଖେଳୁଥିବା ଦେଖିଥିଲେ । ଶ୍ରୀ ସାହୁ ଏନେଇ ଥାନାକୁ ଜଣାଇବା ପରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ଯୁବକ ମାନଙ୍କ ପାଖରୁ ସମୁଦାୟ ତେର ହଜାର ଚାରିସହ ଷାଠିଏ (13.460) ଟଙ୍କା, 7 ଗୋଟି ମୋବାଇଲ ଫୋନ ତାଶ ବଣ୍ଡଲ ସହିତ ଏକ ସ୍କର୍ପିଓ ଗାଡି ଜବତ କରିଛି | 

ଶ୍ରୀ ସାହୁ ଙ୍କର ଅଭିଯୋଗ କ୍ରମେ ପାଇକମାଲ ଥାନାରେ କେଶ ନମ୍ବର 142/19 ଧାରା 3 opg act ରୁଜୁ କରି ଛତିଶଗଡ଼ ବିଳାଶପୁର ଜିଲ୍ଲାର କିଶୋର କୁମାର ପଟେଲ , ଦିଲୀପ ସିଂ ତୋମର , ସଞ୍ଜୟ ଦୀକ୍ଷିତ , ଅନିଷ ଗୁପ୍ତା , ଏ ସନ୍ଦୀପ ରାଓ ,ସୁନୀଲ କୁମାର ଶର୍ମା , ଅଭିନାଶ କୁମାର ସିଂ ପ୍ରମୁଖ ଙ୍କୁ ଗିରଫ କରି କୋର୍ଟ କୁ ଚାଲାଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ନୃସିଂହନାଥକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ତୀର୍ଥଯାତ୍ରୀ ତଥା ପର୍ଯଟକ ଆସିଥାନ୍ତି । ପବିତ୍ର ସ୍ଥାନର ମର୍ଯ୍ୟାଦା ତଥା ପବିତ୍ରତା ବଜାୟ ରଖିବା ପାଇଁ ପାଇକମାଲ ପୋଲିସର ଏହି ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

 

0
0
0
s2sdefault