ହେଡଲାଇନସ୍:

ଜିଲ୍ଲାର  ୬୦୩ ଟି ବୁଥରେ ହେବ ଭୋଟ ଗ୍ରହଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ); ନିର୍ବାଚନ ଆଚରଣ କୁ କଡାକଡି ଭାବେ ଲାଗୁ କରିବା ପାଇଁ ପ୍ରଶାସନ ତରଫରୁ ହେଉଥିବା ବ୍ୟବସ୍ଥା ଗୁଡିକ ବିଷୟରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳ ଙ୍କ ସୂଚନା ମୁତାବକ ଆସନ୍ତା ଏପ୍ରିଲ ୧୧ ତାରିଖରେ କଲାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳି ଓ ନୂଆପଡା ଜିଲ୍ଲାର ୨ ଟି ବିଧାନସଭା ମଣ୍ଡଳି ନୂଆପଡା ଓ ଖଡିଆଳ ରେ ନିର୍ବାଚନ ହେବ ।  ଏଥି ପାଇଁ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ନାମାଙ୍କନ ପତ୍ର ବିକ୍ରି ହେବ ଓ ମାର୍ଚ୍ଚ ୨୫ ତାରିଖ ସୁଧା ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ଜାରି କରାଯିବ । ମାର୍ଚ୍ଚ ୨୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ  କରାଯିବ  ଓ ୨୮ ତାରିଖରେ ନାମାଙ୍କନ ପତ୍ର ପ୍ରତିହାର ପାଇଁ  ଦିନ ଧାର୍ଯ୍ୟ ହୋଇଛି । ଜିଲ୍ଲାରେ ନୂଆପଡା ବିଧାନସଭା ମଣ୍ଡଳି (୭୧) ରେ ୩୦୧ ଏବଂ  ଖଡିଆଳ (୭୨)ରେ ୩୦୨ ଟି ବୁଥ ସମେତ ମୋଟ ୬୦୩ ଟି ବୁଥରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୧ ତାରିଖରେ ଭୋଟ ଗ୍ରହଣ ଏବଁ ମେ ୨୩ ତାରିଖରେ ଭୋଟ ଗଣତି ହେବ । ପ୍ରତି ବୁଥରେ ୬ ଜଣ କର୍ମଚାରୀ ହିସାବରେ  ୪୭୦୪ ଜଣ କର୍ମଚାରୀ ନିୟୋଜିତ ହେବେ । ବିଧାନ ସଭା ପ୍ରାର୍ଥୀ ପାଇଁ ୨୮ ଲକ୍ଷ ଟଙ୍କା ଓ ଲୋକସଭା ପ୍ରାର୍ଥୀ ପାଇଁ ୭୦ ଲକ୍ଷ ଟଙ୍କା ଅତିବେଶୀରେ ଖର୍ଚ୍ଚ କରିପାରିବେ । ରାଜନୈତିକ ଦଳର ପ୍ରର୍ଥୀ ମାନେ ଫର୍ମ ନଂ ୨୬ ରେ ଆଫିଡେଭିଟ୍ କରି ନିଜର ସମ୍ପତି ତାଲିକା ସହ ଫୈାଜଦାରୀ ମାମଲା ବିଷୟରେ ଜଣାଇବେ । ଏହାକୁ ନିର୍ବାଚନ ପୂର୍ବରୁ ଅନ୍ତତଃ ୩ ଥର କୈାଣସି ଖବର କାଗଜରେ  ବହୁଳ ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ ଦେବେ । ଏଥର ପ୍ରତି ବୁଥରେ ବିନ୍ନକ୍ଷମ ମାନଙ୍କୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ରାମପି ଓ ହ୍ୱିଲ ଚେଆର ବ୍ୟବସ୍ଥା କରାଯିବ । ଜିଲ୍ଲ ରେ ଯେ କୈାଣସି ସମୟରେ ନିର୍ବାଚନ ସଂକ୍ରାନ୍ତୀୟ ସୂଚନା ଜାଣିବାକୁ ଚାହିଁଲେ ଜିଲ୍ଲା ନିର୍ବାଚନ ଟୋଲ୍ ଫ୍ରି ନଂ-୧୯୫୦(୦୬୬୭୮) କୁ ପୂର୍ବାହ୍ନ ୯ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ଯୋଗାଯୋଗ କରିପାରିବେ । ନିର୍ବାଚନ ସମୟରେ କୈାଣସି ପ୍ରକାର ନିୟମ ଉଲ୍ଲଂଘନ ହେଉଥିଲେ ସି-ଭିଜନ ନାମକ ଏକ ଆପ୍ ରେ ସାଧାରଣ ଲୋକେ ଜଣାଇ ପାରିବେ । ୬୩ ବୁଥର ନିର୍ବାଚନୀ ଘଟଣା କୁ ୱେବ କାଷ୍ଟିଙ୍ଗ  କରାଯିବ । ଚଳିତ ନିର୍ବାଚନ ପାଇଁ ମହିଳା ଙ୍କୁ ସହରାଚଂଳ ଓ ଆଖପାଖ ୧୦ କି.ମି ଦୂରରେ ଥିବା ବୁଥରେ ଦାଇତ୍ୱ ଦିଆଯାଇଛି । ଏଥର ନିର୍ବାଚନକୁ ଶୃଙ୍ଖଳିତ, ଅବାଧ, ନିରପେକ୍ଷ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ  ଅନୁରୋଧ କରିଥିଲେ । ବୈଠକରେ ଡି.ଆର.ଡି.ଏ ପି.ଡି ବୃଷଭ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ ସିତାରାମ ପଟେଲ,ଉପଜିଲ୍ଲାପାଳ ତରଣିସେନ ନାଏକ, ଡେପୁଟି କଲେକ୍ଟର ଜୟଲାଲ ବେଶ୍ରା, ଜିଲ୍ଲା ଗ୍ରାମପଂଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ପତ୍ତନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault