ହେଡଲାଇନସ୍:

ଦାଦନ ହୋଇ ଯାଇଥିଲେ ଫେରିଲେ ବିକଳାଙ୍ଗ ହୋଇ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାନ ଡେରିବ କି ସରକାର, କେମିତି ଚାଲିବ ୟା ପରିବାର !!!

 ନୁଆପଡ଼ା ସ୍ୱତନ୍ତ୍ର ପ୍ରତିନିଧି /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରଭାଡି ଗ୍ରାମର ଶ୍ରୀକାନ୍ତ ହସଂ ନାମକ ଯୁବକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ଦୁଇଟା ହରେଇ ଘରକୁ ଫେରିଥିବା ଭଳି ଏକ ଦୁଃଖଦ ଖବର ଅଂଚଳରେ ଦାଦନକୁ ନେଇ ପୁଣି ଏକ କଳଙ୍କିତ ଅଧ୍ୟାୟ ର ସୂତ୍ରପାତ କରିଛି । ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ଘଟଣାର ତଦନ୍ତ କରି ଖବର କରିଛନ୍ତି ଯେ ଶ୍ରୀକାନ୍ତ ହଂସ (୨୩) ପ୍ରାୟ ୩ ମାସହେବ ଦାଦନ ଖଟିବାକୁ ଯାଇ ଚେନ୍ନାଈର ଗୋଟିଏ ମାଲିକ ପାଖରେ ଇଟାତିଆରି କାମ କରୁଥିଲେ । କିଛି ଦିନ କାମ କଲା ପରେ ଶ୍ରୀକାନ୍ତ ଘରକୁ ଫେରିବା ସମୟରେ ଟ୍ରେନର ଭିଡ ଭିତରୁ ତଲେ ପଡି ରେଳ ଧାରଣାରେ ପଡିଯାଇଥିଲେ । ଫଳରେ ତାଙ୍କର ଗୋଡ ଦୁଇଟି ଛିଣ୍ଡି ସଂପୁର୍ଣ ଅଲଗା ହୋଇଯାଇଥିଲା। ସାଙ୍ଗରେ ଥିବା ସମ୍ପର୍କିୟମାନେ ପ୍ରାଥମିକ ଚିକିତ୍ସା କରି ଗତକାଲି  ବିକଳାଙ୍ଗ ଅବସ୍ଥାରେ ଘରକୁ ଆଣିଦେଇଛନ୍ତି । ଶ୍ରୀକାନ୍ତଙ୍କ ପରିବାରରେ ମା, ବାପା ଓ ଗୋଟିଏ ଭଉଣି ଅଛନ୍ତି ଏବଂ ଶ୍ରୀକାନ୍ତ ମା ବାପାଙ୍କ ଗୋଟିଏ ପୁଅ ହୋଇଥିଲେ ମଧ୍ୟ ଗରିବ ଓ ଅନାଟନରେ ରହୁଥିବାରୁ ଦାଦନଖଟି ଯିବାଛଡା ତାଙ୍କର ଅନ୍ୟ ଉପାୟ ନଥିଲା। ବର୍ତ୍ତମାନ  ରୋଜଗାରକ୍ଷମ ପୁଅକୁ ବିକଲାଙ୍ଗ  ଅବସ୍ଥାରେ ଦେଖି ଦୁହିଁଙ୍କ ଉପରେ ଦୁଃଖର ବାଦଲ ଛିଣ୍ଡିପଡିଛି  ପଡିଛି । ଏଣୁ ଶ୍ରୀକାନ୍ତଙ୍କ ଚିକିତ୍ସା ପାଇଁ ଯେ କୌଣସି ସରକାରୀ ସହାୟତା ଯୋଗାଇ ଦେବାଲାଗି ବୃଦ୍ଧ ମା ବାପା ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଥିବା ବେଳେ ଏହି ପାରିବାର ର ସ୍ଥାୟୀ ରୋଜଗାର ଏବଂ ଜୀବନ ଜୀବିକାର ବ୍ୟବସ୍ଥା କରେଇଦେବାକୁ ସାଧାରଣରେ ଦାବି ହେଉଛି ।

0
0
0
s2sdefault