ହେଡଲାଇନସ୍:

 ପ୍ରଧାନମନ୍ତ୍ରୀଙ୍କ  ଦ୍ଵାରା ସେଲ ଜଗଦିଶପୁର ଷ୍ଟିଲ ପ୍ରୋସେସିଂ ୟୁନିଟ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩ ତାରିଖରେ ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ସ୍ଥିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ଜଗଦୀଶପୁର ଷ୍ଟିଲ ପ୍ରୋସେସିଂ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। କୌହାର ଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଉକ୍ତ ଷ୍ଟିଲ ପ୍ରୋସେସିଂ ୟୁନିଟକୁ ଲୋକାର୍ପିତ କରିଥିଲେ। ଉତ୍ତରପ୍ରଦେଶ ସମେତ ଆଖପାଖ ଅଞ୍ଚଳରେ ଶକ୍ତ ଓ ମୂଲ୍ୟଯୁକ୍ତ ଟିଏମଟି ରିବାର ଯୋଗାଇଦେବା ଉଦ୍ଦେଶ୍ୟରେ ସେଲ ଉକ୍ତ ୟୁନିଟରୁ ଉତ୍ପାଦନ ଆରମ୍ଭ କରିଛି। ସେଲ ଭବିଷ୍ୟତରେ ଉପରୋକ୍ତ ୟୁନିଟରୁ କ୍ରାଶ ବାରିୟର ଓ କରୁଗେଟେଡ ସିଟ ମଧ୍ୟ ଉତ୍ପାଦନ କରିବ। ପୂର୍ବର ମାଳବିକା ଷ୍ଟିଲକୁ ପୁନରୁଦ୍ଧାର କରି ଏହି ନୂତନ ୟୁନିଟ ସ୍ଥାପନାରେ ସେଲ ପ୍ରାୟ ୯୨ କୋଟି ଟଙ୍କା ପୁଞ୍ଜି ନିବେଶ କରିଛି ।

ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, “ଏହି ଷ୍ଟିଲ ପ୍ରୋସେସିଂ ୟୁନିଟ କାର୍ଯ୍ୟାରମ୍ଭ କରିବା ନାକେବଳ ଏହି ଅଞ୍ଚଳର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବ, ବରଂ ଆଖାପାଖ ଅଞ୍ଚଳ ଓ ଦେଶର ବିଭିନ୍ନ ଭାଗର ଇସ୍ପାତ ଚାହିଦା ମଧ୍ୟ ଏହା ପୂରଣ କରିବ । ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜଗଦୀଶପୁର ଷ୍ଟିଲ ପ୍ରୋସେସିଂ ୟୁନିଟର ଲୋକାର୍ପଣର ସ୍ଵାଗତ ଜଣାଇ କହିଥିଲେ ଯେ, ଉକ୍ତ ୟୁନିଟର ଟିଏମଟି ବାର ମିଲରୁ ଟ୍ରାୟାଲ ଉତ୍ପାଦନ ଅଦ୍ୟାବଧି ଆରମ୍ଭ ହୋଇସାରିଛି ଏବଂ ଚଳିତ ବର୍ଷ ଅପ୍ରେଲ ମାସଶେଷ ସୁଧା ବିଆଇଏସ ସାର୍ଟିଫିକେସନ ମିଳିବା ସହିତ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ। ଉକ୍ତ ଷ୍ଟିଲ ପ୍ରୋସେସିଂ ୟୁନିଟରୁ ୮ ମିଲିମିଟରରୁ ୨୫ ମିଲିମିଟର ପର୍ଯ୍ୟନ୍ତ ବିଭିନ୍ନ ପରିମାପର ମୋଟେଇ ଯୁକ୍ତ ଟିଏମଟି ବାର ଉତ୍ପାଦିତ ହେବ ଏବଂ ଅଞ୍ଚଳରେ ଯୋଗାଇଦିଆଯିବ । ସେଲ ଉତ୍ପାଦନର ୬୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏହା କମ୍ପାନୀର ଦ୍ଵିତୀୟ ଷ୍ଟିଲ ପ୍ରୋସେସିଂ ୟୁନିଟ ଅଟେ। ଏଥିପୂର୍ବରୁ ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫେବୃଆରୀ ୧୮ ତାରିଖରେ ସେଲର ବେତିହା ଷ୍ଟିଲ ପ୍ରୋସେସିଂ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଯେଉଁଠାରେ ଷ୍ଟିଲ ଟ୍ୟୁବ ଓ ପାଇପ ଉତ୍ପାଦିତ ହେବ। ଜାତୀୟ ଇସ୍ପାତ ନୀତି ୨୦୧୭ ଅନୁଯାୟୀ, ଗ୍ରାମୀଣ ଅଞ୍ଚଳରେ ଇସ୍ପାତ ଉପଯୋଗରେ ବୃଦ୍ଧି ଆଣିବା ନିମନ୍ତେ ସେଲ ଗୁରୁତ୍ଵାରୋପ କରୁଛି ।ଏହି ଦିଗରେ ପ୍ରୟାସ ସ୍ୱରୂପ, ସେଲ ଏଭଳି ଦୂରଦୂରାନ୍ତ ଗ୍ରାମୀଣ ଅଞ୍ଚଳରେ ଷ୍ଟିଲ ପ୍ରୋସେସିଂ ୟୁନିଟ ସ୍ଥାପନା କରୁଛି ଯେଉଁଠାରେ ଇସ୍ପାତ ଚାହିଦା ଓ ଉପଯୋଗର ବିପୁଳ ସମ୍ଭାବନା ରହିଛି । ଏଥିସଙ୍ଗେସଙ୍ଗେ ଏହି ସମସ୍ତ ୟୁନିଟ ଗୁଡିକ ମାଧ୍ୟମରେ ସେଲ ଏହାର ମୂଲ୍ୟଯୁକ୍ତ ଇସ୍ପାତ ସାମଗ୍ରୀଗୁଡିକରେ ବୃଦ୍ଧି ଆଣୁଛି, ଯଦ୍ଦ୍ଵାରା ଗ୍ରାମୀଣ ଅଞ୍ଚଳର ଆବଶ୍ୟକତା ମେଣ୍ଟାଯାଇପାରିବ। ଜଗଦିଶପୁର ୟୁନିଟ ଏହି ଦିଗରେ ଅନ୍ୟ ଏକ ଫଳପ୍ରଦ ପଦକ୍ଷେପ ଅଟେ।

ଜଗଦୀଶପୁର ଷ୍ଟିଲ ପ୍ରୋସେସିଂ ୟୁନିଟରେ ଟିଏମଟି ବାର ମିଲ, କ୍ରାଶ ବାରିୟର ପ୍ଳାଣ୍ଟ ଓ କରୁଗେଟେଡ ସିଟ ୟୁନିଟର ପ୍ରାବଧାନ ରହିଛି।  ୟୁନିଟର ଟିଏମଟି ବାର ମିଲରୁ ଟ୍ରାୟାଲ ଉତ୍ପାଦନ ଆରମ୍ଭ ହୋଇସାରିଛି ।  କ୍ରାଶ ବାରିୟର ଓ କରୁଗେଟେଡ ସିଟର ଏହି ଅଞ୍ଚଳରେ ଚାହିଦାର ବଜାର ଆକଳନ ମଧ୍ୟ ଆରମ୍ଭ ହୋଇସାରିଛି। 

0
0
0
s2sdefault