ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ .
ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କ୍ୟାମ୍ପସ୍ ବିସ୍ତାର ପାଇଁ ଅତିରିକ୍ତ ଜମି ଆବଶ୍ୟକତା, କ୍ୟାମ୍ପସ୍ ଉପରେ ସିଆରଜେଡ ଅଞ୍ଚଳର ପ୍ରଭାବ, ପୂର୍ତ୍ତ ବିଭାଗ ପକ୍ଷରୁ ଆଇଜର୍ ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଥିବା ରାସ୍ତାକୁ ପ୍ରଶସ୍ତ କରିବା, ଅବୈଧ ଦଖଲ ହଟାଇବା, ଗୋଳାବନ୍ଧ ରୁ ଆଇଜର ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ତିଆରି କରିବା, ଜାତୀୟ ରାଜପଥ ୧୬ର କନିସି ଓ ଡୁମଡୁମି ନିକଟରେ ସାଇନେଜ ଲଗାଇବା, କନିସି –ଆଇଜର ରାସ୍ତାର ପାର୍ଶ୍ୱରେ ଥିବା ଅଚଳ ବିଦ୍ୟୁତ୍ ଖୁଣ୍ଟି ଗୁଡିକର ଅପସାରଣ, ରାସ୍ତା ପ୍ରଶସ୍ତ କରିବାରେ ବାଧା ସୃଷ୍ଟି କରୁଥିବା ବିଦ୍ୟୁତ୍ ଖୁଣ୍ଟିର ସ୍ଥାନାନ୍ତରଣ, ଷ୍ଟ୍ରିଟ୍ ଲାଇଟ୍ ଓ ଲ୍ୟାମ୍ପ ପୋଷ୍ଟ ସ୍ଥାପନ, ୱାଟକୋ ପକ୍ଷରୁ ପାଇପ୍ଲାଇନ୍ର ନିୟମିତ ରକ୍ଷାବେକ୍ଷଣ ଓ ସୁରକ୍ଷା, ଆପାତକାଳୀନ ମରାମତି ପାଇଁ ଅତିରିକ୍ତ ପାଇପ୍ଲାଇନ୍ ବ୍ୟବସ୍ଥା, ଜରୁରୀ ସମୟରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଇତ୍ୟାଦି ବିଷୟରେ ଆଲୋଚନା ଏବଂ ଆଇଜର ପରିସରରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା ଓ ସମୁଦ୍ର ତଟରେ ଅବସ୍ଥିତ ଆଇଜର ପରିସର ବାହାରେ ନିୟମିତ ସଫା ସୁତୁରା ରଖିବା ବିଷୟରେ ଆଲୋଚନା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ୭ ଟି ଆଇଜର ମଧ୍ୟରୁ ବ୍ରହ୍ମପୁର ଆଇଜର ଅନ୍ୟତମ।କାରଣ ଏହି ଅଞ୍ଚଳ ବହୁତ ସୁସ୍ଥ ଓ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ। ଏହି ଅନୁଷ୍ଠାନରେ ସାରା ଦେଶରୁ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।








