ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟରେ ବନମହୋତ୍ସବ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ଅଧ୍ଯକ୍ଷତା କରିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ଅଧ୍ଯକ୍ଷା ଚାରାରୋପଣ କରିବାରେ ଆଗ୍ରହ ସୃଷ୍ଟି କରି ନିଜ ଗାଁରେ ଲୋକଙ୍କୁ ସଚେତନ କରି ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଛାତ୍ରୀମାନଙ୍କୁ ଏହିଭଳି ପ୍ରତିବର୍ଷ ଗଛଲଗାଇ ତାରି ସୁରକ୍ଷା ଲାଗି ଉଦ‌ବୋଧନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା , ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଏବଂ ସମସ୍ତ ଛାତ୍ରୀ ବୃନ୍ଦ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।

0
0
0
s2sdefault