ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନ୍.ଭି.ବି.ଡି.ସି.ପି ପକ୍ଷରୁ ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମଞ୍ଜୁରାଣୀ ଜେନା ଏବଂ ଡି.ପି.ଏଚ୍ଓ. ତଥା କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ସଚେତନତା ହିଁ ଡେଙ୍ଗୁ ନିରାକରଣ ଓ ନିୟନ୍ତ୍ରଣର ମୂଳ ମନ୍ତ୍ର। ଆମେ ନିଜେ ସଚେତନ ହୋଇ ଆମ ପରିବେଶ ଚତୁର୍ପାର୍ଶ୍ୱ ସଫା ସୁତୁରା ରଖିଲେ ଡେଙ୍ଗୁ ରୋଗର ସହଜ ନିରାକରଣ ଓ ନିୟନ୍ତ୍ରଣ କରିହେବ। ଡେଙ୍ଗୁ ରୋଗ ଏଡିଶ ମଶା କାମୁଡିବା ଦ୍ଵାରା ହୋଇଥାଏ କହି ଡେଙ୍ଗୁ ରୋଗର କାରଣ , ଲକ୍ଷଣ , ତାର ଚିକିତ୍ସା ପଦ୍ଧତି , ନିରାକରଣ ଓ ନିୟନ୍ତ୍ରଣର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଏ.ଡି.ପି.ଏଚ୍.ଓ ଡ଼ାଃ ଆନନ୍ଦ ସାମନ୍ତରାୟ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲେମାନ ରାଇକା , ଏ.ଡି.ପି.ଏଚ୍.ସି.ଓ ଶ୍ରୀମତୀ ନୟନା ମଲ୍ଲିକ ଏବଂ ଏପିଡୋମିଲୋଜିଷ୍ଟ ସାବିତ୍ରୀ ରାଉତବପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ରୋଗ ଠାରୁ ଦୂରେଇ ରହିବା ପାଇଁ କଣ ସବୁ କରିବାକୁ ଏବଂ ସାବଧାନତା ରହିବାକୁ ହେବ , ଏହି ଡେଙ୍ଗୁ ରୋଗର ମୁଖ୍ୟ ବାହକ ଏଡ଼ିଶ ମଶା କେଉଁ କେଉଁ ସ୍ଥାନରେ ତାର ବଂଶବୃଦ୍ଧି କରିବାରେ ସହାୟକ ହୋଇଥାଏ ଏବଂ ଡେଙ୍ଗୁ ଜ୍ୱର ପ୍ରତି କିଭଳି ସତର୍କ ରହିବା ସହ ସଚେତନତା ଜରୁରୀ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମକୁ ଏନ୍.ଭି.ବି.ଡି.ସି.ପି କନସଲଟାଣ୍ଟ ଶ୍ରୀ କୁମୁଦ ଚନ୍ଦ୍ର ସାହୁ ସଂଯୋଜନା ଓ ପରିଚାଳନା କରି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ
ପାୱାର ପଏଣ୍ଟ ପ୍ରଦର୍ଶନ ମାଧ୍ୟମରେ ଡେଙ୍ଗୁ ରୋଗ ସମ୍ଭନ୍ଧୀୟ ବିଭିନ୍ନ ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଭି.ବି.ଡି.ଟି.ଏସ୍ ସମେତ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲ୍.ଟି , ପି.ଏଚ୍.ଇ.ଓ , ବ୍ଲକ୍ ଏକାଉଣ୍ଟ୍ ମ୍ୟାନେଜର , ଭି:ଲ.ବି.ଡି.ସି , ଡାଟା ଏଣ୍ଟ୍ରି ଅପରେଟର , ଆଶା ଓ ଏ.ଏନ୍.ଏମ୍ କର୍ମୀ , ପ୍ଲାନ୍ ଇଣ୍ଡିଆ ଏବଂ ପିରାମଲ୍ ଫାଉଣ୍ଡେସନ ପ୍ରଭୃତ ସଂସ୍ଥା ଓ ଅନୁଷ୍ଠାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

0
0
0
s2sdefault