ହେଡଲାଇନସ୍:

ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀନିବାସ ର ମାଟ୍ରନ ମାନଙ୍କୁ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଗୁରୁବାର ) ଗଜପତି ଜିଲ୍ଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀନିବାସ ର ମାଟ୍ରନ ମାନଙ୍କୁ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାୟଗଡ଼ , ଗୋଷାଣୀ , ଗୁମ୍ମା ଓ କାଶୀନଗର ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସମସ୍ତ ଛାତ୍ରୀନିବାସ ର ମାଟ୍ରନ ମାନେ ଉପସ୍ଥିତ ଥିଲେ।
ଅତିଥି ରୂପେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ ପଟ୍ଟନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅମୀୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପ୍ରତି କେସ୍ କୁ ପୋଲିସ୍/ଚାଇଲ୍ଡ ହେଲ୍ପ ଲାଇନ୍ ର ଟୋଲଫ୍ରି ନଂ/ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା।
ଯେହେତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ମାଟ୍ରନ ହେଉଛନ୍ତି ବାଲ୍ୟବିବାହ ନିଷେଧ ଅଧିକାରୀ ତେଣୁ ସେମାନ ଯଦି ଠିକ ସମୟରେ ସୂଚନା ଦେବେ ନାହିଁ ତାହା ହେଲେ ସେମାନଙ୍କ ପାଇଁ ଆଇନରେ ଦଣ୍ଡ ବିଧାନ ଥିବା କଥା ଆଲୋଚନା କରାଯାଇଥିଲା।
ପ୍ରତ୍ୟେକ ପଞ୍ଚାୟତରେ ବାଲ୍ୟବିବାହ ନିଷେଧ ଉପରେ ସଚେତନତା କାର୍ଯ୍ୟ କିପରି ଚାଲିଛି ତାହା ଉପରେ ଆଲୋଚନା ହେବା ସହ ରାୟଗଡ଼ ବ୍ଲକ ର କେରାଣ୍ଡି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାଲ୍ୟ ବିବାହ ନିଷେଧ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା।
କେବଳ ସଚେତନତା ନୁହଁ , ଆଗାମୀ ଦିନରେ ଆଇନତଃ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଲୋଚନା କରାଯାଇଥିଲା।
ସମସ୍ତ ଅଧିକାରୀ ଭୟ ନକରି ସୁସ୍ଥ ସମାଜ ଗଠନ କରିବା ସହ ଆଗାମୀ ଦିନରେ ଗଜପତି ଜିଲ୍ଲାର ବାଲ୍ୟବିବାହକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।

0
0
0
s2sdefault