ହେଡଲାଇନସ୍:

ସମରବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବନମହୋତ୍ସବ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଜଗନ୍ନାଥ ପ୍ରସାଦ ବ୍ଳକ୍,ଗେରେଡା ପଞ୍ଚାୟତ ର ସମରବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପ୍ରାଙ୍ଗଣରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପରିବେଶ ସନ୍ତୁଳନତା ର ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ବନ କର୍ମଚାରୀ ଯାଦୁଗର ଏବଂ ସ୍ଥାନୀୟ ଗ୍ରାମ୍ୟ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ରୁବ ବସୁପତି, ଭି ଏସ ଏସ ବଣିଆ ପଲ୍ଲୀ ରୁ ଲୋକନାଥ ଆଚାର୍ଯ୍ୟ, ପରିବେଶ ପ୍ରେମୀ ତଥା ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଭଞ୍ଜନଗର ର ଶୁଳପାଣି ଶତପଥି, ଯାଦୁକର ଏସ୍ ଦୀନବନ୍ଧୁ,ଵନପାଳ ଗେରେଡା ସେକ୍ସନ୍ ର ମିତା ପୋଲାଇ , ବନରକ୍ଷୀ କ୍ଷେତ୍ରବାସୀ ମହାଙ୍କୁଡ ସହିତ ବିଗତ ଦୀନର ଯୁବ ଛାତ୍ର ନେତା ଓ ବର୍ତ୍ତମାନର ଅତି ପ୍ରିୟ ଜଣାଶୁଣା ସମାଜସେବୀ ଯୁବ ସଂଗଠକ ତଥା ଉକ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗିରିଶ ଚନ୍ଦ୍ର ସାହୁ, ଏବଂ ସହକାରୀ ଶିକ୍ଷକ ଶୁଭାଶିଷ ବେହେରା, ସଂଘମିତ୍ରା ପ୍ରଧାନ,ଜୟନ୍ତ ମଞ୍ଜରୀ ସାହୁ,ସୁଵର୍ଣ୍ଣା ଦେଇ, ଚନ୍ଦ୍ରିକା ପ୍ରଧାନ, ରାମଚନ୍ଦ୍ର ପ୍ରଧାନ ସମେତ ସମସ୍ତ ସ୍କୁଲ ଓ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଜଗନ୍ନାଥ ପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗେରେଡା ପଞ୍ଚାୟତ ସମରବନ୍ଧ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପରୋକ୍ତ ସମସ୍ତ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇ ଉପବେସନ କରାଯାଇଥିଲା ଓ କିଛି ଯାଦୁ ଦେଖାଇ ପିଲାମାନଙ୍କୁ ମନୋରଞ୍ଜନ କରାଯିବା ସହିତ ଚାରା ରୋପଣ ର ବିଭିନ୍ନ ଉପକାର ଲକ୍ଷ ଉଦେଶ୍ୟ ବିଷୟରେ କୁହାଯାଇଥିଲା ।

ସଭା ସାଂଗ ପରେ ପରେ ଶିକ୍ଷକ-ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଓ ଗ୍ରାମ୍ୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସମସ୍ତ ସଦସ୍ୟ ଓ ଵନପାଳ ବନରକ୍ଷୀ ସମସ୍ତେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରି ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ। ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ରୁବ ବସୁପତି କହିଥିଲେ ଯେ, ପ୍ରକୃତିର ସୁରକ୍ଷା ହୋଇପାରିଲେ ମାନବ ସମାଜ ସୁସ୍ଥ ଓ ସୁରକ୍ଷିତ ଜୀବନଯାପନ କରିପାରିବ। ବୃକ୍ଷ ନଷ୍ଟ ହେଲେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ବିଭିନ୍ନ ପ୍ରକାର ରୋଗବ୍ୟାଧି ବୃଦ୍ଧି ପାଇବ। ତେଣୁ ଅଧିକରୁ ଅଧିକ ଚାରା ରୋପଣ କରି ସୁସ୍ଥ ସମାଜ ଓ ନିରାମୟ ଜୀବନ ଗଠନରେ ସମସ୍ତଙ୍କୁ ଆଗେଇ ଆସିବାକୁ ସେ ଆହ୍ୱାନ ଜଣାଇଥିଲେ। ସେହିପରି ଭି ଏସ ଏସ ଲୋକନାଥ ଆଚାର୍ଯ୍ୟ ଓ ପୂର୍ବତନ ଅବ୍ୟତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଳପାଣି ଶତପଥି ଵନପାଳ ମିତା ପୋଲେଇ ବନ ମହୋତ୍ସବ ବିଷୟରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟନ୍ତ ସୁନ୍ଦର ମଜା ମଜା କଥା କହି ବୁଝାଇ ଥିଲେ। କାରଣ ଆଜିର କିଶୋର କିଶୋରୀମାନେ ଆଗାମୀ ଦିନର ଦେଶ ବିଶ୍ଵ ର ପଥ ପ୍ରଦର୍ଶକ ହେବେ।
ଠିକ୍ ସେହିପରି ସମାଜସେବୀ ଯୁବ ସଂଗଠକ, ବିଗତ ଦିନର ଯୁବ ନେତା ତଥା ବର୍ତ୍ତମାନ ର ଉକ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗିରିଶ ଚନ୍ଦ୍ର ସାହୁ ତାଙ୍କର ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ, ପ୍ରକୃତି, ସଂସ୍କୃତି ଓ ପ୍ରଗତି ପରସ୍ପରର ପରିପୂରକ। ବୃଦ୍ଧି ପାଉଥିବା ଜନସଂଖ୍ୟା ଅନୁପାତରେ ସବୁଜ ବନାନୀର ବିସ୍ତାର ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗୋଟିଏ ଚାରା ରୋପଣ କରି ତାହାର ଯତ୍ନ ନେବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସହିତ ସଦସ୍ୟ ଗୁରୁବାରୀ ନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ଫକିର ମୋହନ ଗୈ।ଡ଼, ସମାଜସେବୀ ଶିବରାମ ନାୟକ ଙ୍କ ସହିତ ବିଦ୍ୟାଳୟ କର୍ମଚାରୀ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

0
0
0
s2sdefault