କୀଟନାଶକ ଖାଇ ଯୁବକ ର ଆତ୍ମହତ୍ୟା ଅଭିଯୋଗ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିଗପହଣ୍ଡି : ଦିଗପହଣ୍ଡି ଥାନା ଅନ୍ତର୍ଗତ ଝରିପଦର ଗ୍ରାମର ଜିତେନ୍ଦ୍ର ସେଠୀ ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ କୌଣସି କୀଟନାଶକ ଔଷଧ ଖାଇ ଅସୁସ୍ଥ ହୋଇ ପଡିଥିଲେ। ଏହି ଭଳି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ସ୍ମଶାନ ରେ ଜିତେନ୍ଦ୍ର ର ଶବ ସତ୍କାର ହୋଇଛି।

0
0
0
s2sdefault