ହେଡଲାଇନସ୍:

୨୦୨୭ ଜନଗଣନା ଉପଲକ୍ଷେ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୨୦୨୭ ଜନଗଣନାକୁ ସୁଚାରୁ , ସଠିକ୍ ଓ ସଫଳ ଭାବେ ସମ୍ପାଦନ କରିବା ସହିତ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷଣକୁ ଭୁବନେଶ୍ୱରରୁ ଆସିଥିବା ପ୍ରଶିକ୍ଷକ ଶ୍ରୀ ଅକ୍ଷୟ ଏବଂ ଶ୍ରୀ ଦତ୍ତି ରମେଶ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନେ ଜନଗଣନା ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ତଥ୍ୟ ସଂଗ୍ରହର ପଦ୍ଧତି , ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତିର ମାନଦଣ୍ଡ ଏବଂ ସଠିକ୍ ତଥ୍ୟ ସଂକଳନର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ଅଂଶଗ୍ରହଣକାରୀ ଅଧିକାରୀମାନଙ୍କୁ ଜନଗଣନା କାର୍ଯ୍ୟକୁ ସଠିକ୍ , ନିର୍ଭୁଲ ଓ ସମୟାନୁବର୍ତ୍ତୀ ଭାବେ ସମ୍ପାଦନ କରିବା ପାଇଁ ଆବଶ୍ୟକୀୟ ଦିଗଗୁଡ଼ିକ ଉପରେ ବିସ୍ତୃତ ପରାମର୍ଶ ପ୍ରଦାନ କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ମଧୁଲିକା ପାତ୍ର , ନିର୍ବାହୀ ଅଧିକାରୀ ପୌର ପରିଷଦ ପାରଳାଖେମୁଣ୍ଡି ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ସମେତ ଜିଲ୍ଲାର ସମସ୍ତ ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଆଗାମୀ ୨୦୨୭ ଜନଗଣନା କାର୍ଯ୍ୟକୁ ନିର୍ଭୁଲ , ସ୍ୱଚ୍ଛ ଓ ଫଳପ୍ରଦ ଭାବେ ସମ୍ପାଦନ କରିବାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହାୟକ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ କରାଯାଇଥିଲା।

0
0
0
s2sdefault