ବସ୍ତା ୪/୭):ବାଲେଶ୍ୱର ଜିଲ୍ଲାରେ ପୁଣି ସଶସ୍ତ୍ର ଡକାୟତି। ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ କରି ହୋଇ ଗଲେ ଫେରାର ଦୁଇ ଦୁର୍ବୃତ୍ତ। ସମଗ୍ର ଘଟଣା ସେଠାରେ ଲାଗି ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଘଟିଛି ସଶସ୍ତ୍ର ଲୁଟ। ସୁକୃବାର ରାତି ପ୍ରାୟ ୧୧ଟା ୨୨ ମିନିଟ ସମୟରେ ଦୁଇ ଜଣ ଦୁର୍ବୃତ୍ତ ବୁଲେଟ ମୋଟରସାଇକେଲରେ ସେଠାରେ ପହଞ୍ଚି ଥିଲେ। ସେହି ସମୟରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଜଣେ ଗ୍ରାହକଙ୍କୁ ପେଟ୍ରୋଲ ଭର୍ତ୍ତି ଦେଉଥିଲେ।ଏହାର ସୁଯୋଗ ନେଇ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହଠାତ ଏକ ମଉଜର ସଦୃଶ ବନ୍ଧୁକ ବାହାର କରି କର୍ମଚାରୀଙ୍କୁ ଧମକ ଦେଇଥିଲେ। ବନ୍ଧୁକ ଦେଖି କର୍ମଚାରୀ ଭୟଭୀତ ହୋଇପଡ଼ିଥିବା ବେଳେ ଦୁର୍ବୃତ୍ତମାନେ କାଉଣ୍ଟରରେ ଥିବା ନଗଦ ଟଙ୍କା ଲୁଟି ନେଇ ମୁହୂର୍ତ୍ତକ ମଧ୍ୟରେ ସେଠାରୁ ଫେରାର ହୋଇଯାଇଥିଲେ।ଏହି ସମ୍ପୂର୍ଣ୍ଣ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓରେ ଦୁର୍ବୃତ୍ତମାନଙ୍କ ଆସିବା,ବନ୍ଧୁକ ଦେଖାଇବା ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।ଘଟଣା ପରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କ ପରି ଚୟ ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଲୁଟ ହୋଇଥିବା ନଗଦ ଟଙ୍କାର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।ବାଲେଶ୍ୱ ର ଜିଲ୍ଲାରେ ଏଭଳି ସଶସ୍ତ୍ର ଲୁଟ ଘଟଣା ପୁଣିଥରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଭୟ ଓ ଚର୍ଚ୍ଚାର ପରିସ୍ଥିତି ସୃଷ୍ଟି ହୋଇଛି
ରାଜ୍ୟ
ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ।
- Hits: 19







