ବିଭିନ୍ନ ଦାବି କୁ ନେଇ ସରକାର ଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ
ନବରଙ୍ଗପୁର 03/07/2026,: ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା କମିଟି ରେ ପଦ ପାଇଲା ପରଠାରୁ ବିଜେଡି ଦଳ କୁ କୋଷାଗୁମୁଡା ରେ ମଜବୁତ କରିବା ଦିଗରେ ଅଗ୍ରସର ହେଉଛନ୍ତି ମୋତିଗାଁ ସମିତି ସଭ୍ୟ ତ୍ରିଳଚନ ଧାକଡ଼ ନିଜ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ଙ୍କ ସମସ୍ୟା ର ସମାଧାନ ପାଇଁ ସବୁବେଳେ ସେ ତତ୍ପରତା ସହ କାମ କରିବା ଦେଖିବାକୁ ମିଳେ। ବ୍ଲକ ରେ ବିଜେଡି କୁ ମଜବୁତ କରିବା ପାଇଁ ବର୍ତମାନ ତାଙ୍କ ଭୂମିକା ମହତ୍ୱପୂର୍ଣ।ଲକଙ୍କ ସମସ୍ୟା କୁ ନେଇ ବିରୋଧୀ ଦଳ ନେତା ଭାବେ ସାରାକର ଙ୍କୁ ଟାର୍ଗେଟ କରିବା ପାଇଁ ସାଜିଛନ୍ତି ବ୍ଲକ ରେ ୧ନମ୍ବର ବିଜେଡି ନେତା ଯାହାର ଝଲକ ଆଜି ଦେଖିବାକୁ ମିଳିଛି। ଆଜି ତ୍ରିଳଚନ ଧାକଡ଼ ଙ୍କ ନେତୃତ୍ୱ ରେ ସହ ସହ ବିଜେଡି କର୍ମୀ ମୋତିଗାଁ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ଆଜି ସବୁଜ ପତାକା ଓ ବ୍ୟାନର ଧରି କୋଷାଗୁମୁଡା ବ୍ଲକ ପରିସରରେ ସରକାର ଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ସରକାର ଧାନ ସଂଗ୍ରହରେ ସମସ୍ୟା ଦୂର କରିବା, ଖରିଫ ଓ ରବି ଋତୁରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା, ଚାଷୀଙ୍କୁ ଉପଯୁକ୍ତ ବିହନ ଯୋଗାଣ, ଫସଲ ବୀମାର ସଠିକ୍ କାର୍ଯ୍ୟକାରିତା, ବୃଦ୍ଧା ବୃଦ୍ଧି ଙ୍କୁ ଭତ୍ତା ପ୍ରଦାନ କଟଗାଁ ଠାରେ ଅଘଶିତ ବିଦୂତ କାଟ, ପେଟ୍ରୋଲ ଡିଜେଲ ସଙ୍କଟ ଦୂର,ବିଦ୍ୟୁତ ସେବାର ଉନ୍ନତି ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଠିକ୍ ରୂପାୟନ ଭଳି ବିଭିନ୍ନ ଦାବିକୁ ଅଣଦେଖା କରୁଛନ୍ତି। ତତ ସହ ଖୁନା ଗ୍ରାମ ଠାରେ ମୋବାଇଲ ଟାଵର ସ୍ଥାପନ କରିବା ଭଳି ବିଭିନ୍ନ ଦାବି କୁ ନେଇ ଏକ ବିଶାଳ ରାଲି କରିଥିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ କୋଷାଗୁମୁଡା ଅତିରିକ୍ତ ଗଷ୍ଠୀ ଉନ୍ନୟନ ଅଧିକାରି ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ କୋଷାଗୁମୁଡା ସଦର ପଂଚାୟତ ପୂର୍ବତନ ସରପଞ୍ଚ ହରିବନ୍ଧୁ ମାଝୀ, ବିଜେଡି କର୍ମୀ ଅନିଲ ବାଘ ଏବଂ ଅନ୍ୟାନ୍ୟ ବିଜେଡି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।







