ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ ବାଇକ୍ ଦୁର୍ଘଟଣାରେ ଶକ୍ତି ରଞ୍ଜନ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୂଚନା ଅନୁଯାୟୀ ଶକ୍ତି ରଞ୍ଜନ ଗ୍ରେଷୀଙ୍ଗିଆ ପଟୁ ଘୁ.ଉଦୟଗିରି ଅଭିମୁଖେ ବାଇକ୍ରେ ଆସୁଥିବା ବେଳେ ହଠାତ୍ ଏକ ଗାଈ ରାସ୍ତାକୁ ଚାଲି ଆସିଥିଲା। ଫଳରେ ବାଇକ୍ର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଦାନ୍ତ ଭାଙ୍ଗିଯିବା ସହ ମୁହଁ ଓ ପାଟିରେ ଆଘାତ ଲାଗିଛି । ତେବେ ସେ ହେଲମେଟ ପିନ୍ଧିଥିବାରୁ ମୁଣ୍ଡରେ ଗୁରୁତର ଆଘାତରୁ ରକ୍ଷା ପାଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଚାଲିଛି । ବର୍ଷା ଦିନରେ ରାସ୍ତା ଉପରେ ଗାଈ ଓ ବଳଦ ବୁଲୁଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି । ତେଣୁ ରାସ୍ତାରେ ବୁଲା ପଶୁଙ୍କ ନିୟନ୍ତ୍ରଣ ଏବଂ ଯାନଚାଳକମାନେ ସତର୍କତାର ସହ ଗାଡ଼ି ଚଳାଇବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ରାଜ୍ୟ
ବାଇକ୍ ଦୁର୍ଘଟଣାରେ ଯୁବକ ଆହତ, ଗୁରୁତର ଅବସ୍ଥାରେ ମେଡିକାଲରେ କଲେ ଭର୍ତ୍ତି
- Hits: 29







