ହେଡଲାଇନସ୍:

ଡକାୟତି ଯୋଜନା ପଣ୍ଡ କଲା ବଣାଇ ପୋଲିସ, ମାରଣାସ୍ତ୍ର ସହ ୨ କାବୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଣାଇ,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ପୋଲିସ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଦୁଇ ଜଣଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ମାରଣାସ୍ତ୍ର, ଏକ ମୋଟରସାଇକେଲ୍ ଓ ଚୋରି ସାମଗ୍ରୀ ଜବତ କରାଯାଇଛି। ଏନେଇ ବଣାଇ ଥାନାରେ କେସ୍ ନଂ-୧୭୫, ତାରିଖ ୦୩.୦୭.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଆର୍ମ୍ସ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ୫.୩୦ଟା ବେଳେ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ବଣାଇ ଥାନା ପୋଲିସ ଭଟି ଫିଲ୍ଡ ଅଞ୍ଚଳରେ କିଛି ଦୁର୍ବୃତ୍ତ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରି ଜଣେ ବୟସ୍କ ଅଭିଯୁକ୍ତ ଏବଂ ଜଣେ ନାବାଳକଙ୍କୁ କାବୁ କରିଥିଲା। ତେବେ ଅନ୍ୟ କିଛି ଦୁର୍ବୃତ୍ତ ପୋଲିସକୁ ଦେଖି ଫେରାର ହୋଇଯାଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସିଂହ ଟୋଲାର କାଳିଆ ମୁଣ୍ଡା (୨୫) ଏବଂ ଅରବିନ୍ଦ ସ୍କୁଲ ନିକଟର ଦୀପକ ମୁଣ୍ଡା (୧୯)। ପୋଲିସ ସେମାନଙ୍କ ନିକଟରୁ ଏକ ଛୁରୀ, ଲୁହା ଖଣ୍ଡା, ଲୁହା ରଡ଼, ଏକ ପ୍ୟାକେଟ୍ ଲଙ୍କାଗୁଣ୍ଡ, କଳା ମୁଖା, ଏକ ବଜାଜ ପଲ୍ସର ମୋଟରସାଇକେଲ୍ (OD-14-AG-0595) ଜବତ କରିଛି।

ଏହାବ୍ୟତୀତ ଅଭିଯୁକ୍ତମାନଙ୍କ ନିକଟରୁ ଏସି କପର ପାଇପ୍, ସୋଲାର ଚାର୍ଜର, ବିଦ୍ୟୁତ ତାର ଓ ନଟ୍-ବୋଲ୍ଟ ମଧ୍ୟ ଜବତ କରାଯାଇଛି। ଏହି ସାମଗ୍ରୀଗୁଡ଼ିକ ବଣାଇ ଥାନାରେ ପୂର୍ବରୁ ରୁଜୁ ହୋଇଥିବା ତିନୋଟି ଚୋରି ମାମଲାରୁ ଲୁଟ୍ ହୋଇଥିବା ବୋଲି ପୋଲିସ କହିଛି।

ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

0
0
0
s2sdefault