ହେଡଲାଇନସ୍:

" ଯଦି ୪୮ ଘଣ୍ଟା ମଧ୍ୟରେ ବିଧାୟକ ଏବଂ ବିଡ଼ିଓ ସମାଜ ସାମ୍ନାରେ ଭୂଲ୍ ନମାଗନ୍ତି ତାହେଲେ ସୋମବାର ଦିନ ସାରସକଣା ବ୍ଲକ୍ ଏବଂ ବମ୍ୱେଇ ଛକ କୁ ସଂପୂର୍ଣ୍ଣ ବନ୍ଦ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରେସ ମିଟ୍ କରି କୁଡୁମୀ ସେନା କଲେ ପ୍ରତିବାଦ।

ମୟୁରଭଞ୍ଜରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ରେ ପ୍ରାୟ ତୋ 6ରୁ 7ଶତକଡା କୁଡୁମି ଜନଜାତି ବସବାସ କରୁଥିବା ବେଳେ ସାରସକଣା ବ୍ଲକ ସ୍ଥିତ କୁଡୁମୀ ଭବନ କୁ ନେଇ ଆଜି ଏକ ପ୍ରେସ୍ ମିଟ୍ ହୋଇଥିଲା ଦୀର୍ଘ ବର୍ଷ ହେଲା ଏ ଜାତି ତାର ମୌଳିକ ଅଧିକାର ର ଲଢ଼େଇ ଲଢି ଆସୁଅଛି । ସବୁ ବେଳେ ସବୁ ସରକାର ଏ ଜାତି ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି । ତାର ଜଳନ୍ତ ଉଦାହରଣ ଏଇ ଦୁଇ ଦିନ ତଳେ ସାରସକଣl ବ୍ଲକ୍ ରେ ଦେଖିବାକୁ ମିଳିଛି । ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ବି. ଡି. ଓ. ଏବେ ମିଳିତ ଭାବେ ମିଶି ଏ ଜାତିର ସଂସ୍କୃତି ପରମ୍ପରାକୁ ନଷ୍ଟ କରିବାକୁ ଲାଗିପଡିଛନ୍ତି । ବୋଲି ଆଜି ବର୍ଷି ଥିଲେ କୁଡୁମୀ ସେନା ପୂର୍ବ ସରକାରଙ୍କ ତରଫରୁ ସାରସକଣା ବ୍ଲକ୍ ରେ କୁଡ଼ୁମି ସମାଜ ପାଇଁ ଏକ କୁଡୁମି ଭବନ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିଥିଲେ ଏବଂ ତାହା ବଡ଼ ଚାଟରା ଧାନଘେରୀ ପଡିଆ ରେ ନିର୍ମାଣ ମଧ୍ୟ ହେଇଥିଲା ଏବଂ ଏଇ ଦୁଇ ଦିନ ପୂର୍ବରୁ ଏବେକାର ବିଜେପି ସରକାର ଙ୍କ
୨ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ୩୦ ଜୁନ୍ ରେ ବିକାଶ ଧାରା କାର୍ଯ୍ୟକ୍ରମ ହେବା ଅବସରରେ ବିଧାୟକ ଏବଂ ବିଡ଼ିଓ ମନମୁଖୀ ଭାବେ ସେହି ଘରକୁ ଶୁଭ ଉଦ୍ଘାଟନ କରିଦେଇଛନ୍ତି । ବୋଲି ଅଭିଯୋଗ କରିଥିଲେ।କୁଡୁମୀ ମାନଙ୍କର ପୂଜା ପଦ୍ଧତି ରେ ଘର ଶୁଭ ଉଦ୍ଘାଟନ ନ କରିବା ଏ ଜାତି ପ୍ରତି ଅପମାନ ସଦୃଶ୍ୟ। ବିଧାୟକ ଜାଣିଶୁଣି ଜାତିକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆଜି ଓଡ଼ିଶା କୁଡୁମୀ ସେନା ତରଫରୁ ପ୍ରତିବାଦ କରି ବାମ୍ବେଇ ଚ୍ଛକ ଶିବ ପାର୍ବତୀ ମଣ୍ଡପ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ଚରଣ ମହାନ୍ତ, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ ,ଜିଲ୍ଲା ସାଧାରଣ ସମ୍ପାଦକ ଅଶେଷ କୁମାର ମହାନ୍ତ ସରସକଣା ବ୍ଲକ ସଭାପତି ମାନସ ମହାନ୍ତ , ଜିଲ୍ଲା ଉପସଭାପତି ହିରାଲାଲ ମହାନ୍ତ , ସତ୍ୟଜିତ ମହାନ୍ତ , ବ୍ଲକ ଉପ ସଭାପତି କାର୍ତ୍ତିକ ମହାନ୍ତ , ବିଶୋଇ ବ୍ଲକ ମହିଳା ସଭାନେତ୍ରୀ ଆରତୀ ମହାନ୍ତ, ବାଂରିପୋଷି ସଭାନେତ୍ରୀ ମମତା ମହାନ୍ତ ସାରସକଣା ସଭାନେତ୍ରୀ ବାସନ୍ତୀ ମହାନ୍ତ , ଘନଶ୍ୟାମ ମହାନ୍ତ, ଉପସ୍ଥିତ ଥିଲେ । ଯଦି ୪୮ ଘଣ୍ଟା ମଧ୍ୟରେ ବିଧାୟକ ଏବଂ ବିଡ଼ିଓ ସମାଜ ସାମ୍ନା ରେ ଭୂଲ୍ ନମାଗନ୍ତି ତାହେଲେ ସୋମବାର ଦିନ ସାରସକଣା ବ୍ଲକ୍ ଏବଂ ବମ୍ୱେଇ ଛକ କୁ ସଂପୂର୍ଣ୍ଣ ବନ୍ଦ କରାଯାଇ ପ୍ରତିବାଦ କରାଯିବ ବୋଲି ଆଜିକାର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । 

0
0
0
s2sdefault