ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବନ ମହୋତ୍ସବ ସପ୍ତାହ–୨୦୨୬ ପାଳନ ଅବସରରେ ଆଜି ( ବୁଧବାର) ସନ୍ଧ୍ୟା ୫.୦୦ ଘଟିକାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ଗଜପତି ସିଭିଲ କୋର୍ଟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ବୃକ୍ଷରୋପଣ କରି ବନ ମହୋତ୍ସବ ସପ୍ତାହର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ପରିବାର ଅଦାଲତର ବିଚାରପତି ଡ଼ଃ ଜୀବନଜ୍ୟୋତି ରଥ , ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ସ୍ୱତନ୍ତ୍ର ଅଦାଲତ) ଶ୍ରୀ ସତ୍ୟନାରାୟଣ ପାତ୍ର , ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ହର ପ୍ରସାଦ ପଟ୍ଟନାୟକ , chief Judicial magistrate, Gajapati , ଶ୍ରୀମତୀ ସ୍ୱପ୍ନଶ୍ରୀ ନାୟକ , ମସିଭିଲ ଜଜ୍ (ବରିଷ୍ଠ ବିଭାଗ) ଶ୍ରୀ ସୁଦାମ ଚରଣ ଦାଶ , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରଣା , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ସଚିବ ଶ୍ରୀ ବିମଳ ରାଉଲ ଏବଂ ଜେଏମଏଫସି , ପାରଳାଖେମୁଣ୍ଡି ଶ୍ରୀ ସତ୍ୟଜିତ ପାଣି ବୃକ୍ଷରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗଜପତି ବନ ବିଭାଗର ସହକାରୀ ବନ ସଂରକ୍ଷକ (ACF) , ରେଞ୍ଜର ତଥା ଅନ୍ୟାନ୍ୟ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ବନ ମହୋତ୍ସବ ସପ୍ତାହ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
- Hits: 14







