ହେଡଲାଇନସ୍:

ଜଣେ ଯୁବତୀଙ୍କୁ ବୋଲେରୋ ଗାଡ଼ିରେ ଜବରଦସ୍ତି ଉଠାଇ ନେଇଯାଇଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୯.୦୬.୨୦୨୬ ତାରିଖ ରାତି ପ୍ରାୟ ୮.୨୦ ଘଟିକା ସମୟରେ ପାରଳାଖେମୁଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ରୋଡ଼ ନିକଟରୁ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ବୋଲେରୋ ଗାଡ଼ିରେ ଜବରଦସ୍ତି ଉଠାଇ ନେଇଯାଇଥିବା ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ପୋଲିସ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।
ସିସିଟିଭି ଫୁଟେଜ ଯାଞ୍ଚ, ସୂଚନା ସଂଗ୍ରହ ଏବଂ ଲଗାତାର ଚଢ଼ାଉ କରି ଅଭିଯୋଗ ପାଇବାର ପ୍ରାୟ ୫ ଘଣ୍ଟା ମଧ୍ୟରେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ଭୂୟାଁ (୩୨) ଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ପୂର୍ବରୁ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଯୁବତୀ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୨୬୫/୨୦୨୬, ଧାରା ୧୪୦(୩)/୮୭/୩(୫) BNS ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତୀ ତଦନ୍ତ ଜାରି ରହିଛି।

0
0
0
s2sdefault