ମଟନ ଦେବନି ତ ହଣା ଖାଇବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର ରେମୁଣା: ବିବାହ ଭୋଜିରେ ଅଭାବନୀୟ କାଣ୍ଡ । ମଟନ ବଦଳରେ ଚିକେନ ଦେଲେ ବୋଲି ହାଣିଦେଲେ କ୍ୟାଟରିଂ ବୟର ବେକକୁ ଆକ୍ରମଣ କଲେ ୪ ନାବାଳକ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ଯୁବକ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର । ଆକ୍ରମଣରେ ସମ୍ପୃକ୍ତ ୪ ନାବାଳକଙ୍କୁ ଗିରଫ କରି ଅନୁଗୁଳ ସ୍ଵଧାର ଗୃହକୁ ପଠାଇଲା ରେମୁଣା ପୁଲିସ । ବାଲେଶ୍ୱର ରେମୁଣା ଅଠାନ୍ତର ଅଞ୍ଚଳରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ପରଷିବାକୁ କେନ୍ଦ୍ର କରି୪ ନାବାଳକ କ୍ୟାଟରିଂ ବୟ ସହ ପାଟିତୁଣ୍ଡ କରିଥିଲେ । କ୍ୟାଟରିଂ ବୟ ଜଣକ ଭୋଜିରୁ ବାହାରକୁ ଆସିଥିବା ବେଳେ ୪ ଜଣ ନାବାଳକ ଉତକ୍ଷିପ୍ତ ହୋଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପଛରୁ କଟୁରୀରେ ବେକକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରେମୁଣା ପୁଲିସ ଏହି ଘଟଣାରେ ୪ ନାବାଳକଙ୍କୁ ଗିରଫ କରି ସ୍ଵଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

0
0
0
s2sdefault