ଡକାୟତି ଯୋଜନା ବେଳେ ପୋଲିସର ଚଢଉ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ବର/ ବସ୍ତା: ଡକାୟତି ଯୋଜନା ବେଳେ ପୋଲିସର ଚଢଉ ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ ଚଢଉ କରି ଜବଦ କରିଛି ପୋଲିସ, ବିଳମ୍ବିତ ରାତିରେ ଏକ କାରରେ 5 ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢଉ କରିଥିଲା । ଘଟଣା ସ୍ଥଳରୁ 2 ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ 3 ଜଣକୁ ଗିରଫ କରିଛି ପୋଲିସ,କାର ଭିତରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ ହୋଇଥିବା ବେଳେ ଗିରଫ ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳ ର ବୋଲି ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା,ତେବେ ଏମାନଙ୍କ ନାମ ରେ ପୂର୍ବରୁ କୌଣସି ଥାନା ରେ ମାମଲା ଅଛି କି ନାହିଁ କମ୍ବା ଅନ୍ଯ କୌଣସି ଡକାୟତି ରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ ।

0
0
0
s2sdefault