ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇଏସଆରଡି ୱାନ୍ ଷ୍ଟପ ସେଣ୍ଟର, ଗଜପତି ପକ୍ଷରୁ ରଜ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଜପତିର ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ର , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ଶିଶୁ ଶ୍ରମ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ , ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ନାଗେଶ୍ୱର ଚୌଧୁରୀ ଏବଂ ଆଇଏସଆରଡି ୱାନ୍ ଷ୍ଟପ ସେଣ୍ଟରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
ରଜ ଉତ୍ସବ ଅବସରରେ ନୃତ୍ୟ ପ୍ରତିଯୋଗିତା , ମ୍ୟୁଜିକାଲ ଚେୟାର ଭଳି ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କର୍ମଚାରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ପାରମ୍ପରିକ ରଜ ଦୋଳିର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ରଜ ପିଠା , ମିଠା ଓ ରଜ ପଣା , ରଜ ପାନ ପରିବେଷଣ କରାଯାଇଥିଲା।
ରଜ ପର୍ବ ଅବସରରେ ଆଇଏସଆରଡି ୱାନ୍ ଷ୍ଟପ ସେଣ୍ଟରର କର୍ମଚାରୀମାନେ ବି. ସୀତାପୁର ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ସହ ରଜ ପାଳନ କରିଥିଲେ। ସେମାନଙ୍କ ସହ ଆଲୋଚନା କରି ମହିଳା ସଶକ୍ତିକରଣ ଓ ଓଡ଼ିଶାର ପାରମ୍ପରିକ ସଂସ୍କୃତିର ପ୍ରଚାର କରାଯାଇଥିଲା।
ଏହାଛଡ଼ା ରଜ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଆଇଏସଆରଡି ଓନ୍ ଷ୍ଟପ ସେଣ୍ଟର , ଗଜପତିର କର୍ମଚାରୀମାନେ ପାରଳାଖେମୁଣ୍ଡି ସ୍ଥିତ ବିଶାଳ ମେଗା ମାର୍ଟରେ ଏକାଠି ହୋଇ ରଜ ପର୍ବ ପାଳନ କରିଥିଲେ। ଏହି ଉତ୍ସବ ମାଧ୍ୟମରେ ମହିଳା ସମ୍ମାନ , ସାମାଜିକ ଏକତା ଓ ପାରମ୍ପରିକ ଓଡ଼ିଆ ସଂସ୍କୃତିର ମହତ୍ତ୍ୱକୁ ପ୍ରତିଫଳିତ କରାଯାଇଥିଲା।
ଏହି କାର୍ଯକ୍ରମରେ ଆଇଏସଆରଡ଼ି ୱାନ୍ ଷ୍ଟପ ସେଣ୍ଟରର ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମଧୁସ୍ମିତା ପାଢୀ , ମୋହିନୀ ପ୍ରଧାନ , ଶିବାନୀ ସାମନ୍ତ , ସୁନିତା ବେହେରା , ମୋନାଲିସା ବେହେରା , ନିରୂପମା ରାଉଳ , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ | ପରିଶେଷରେ ଆଇଏସଆରଡ଼ି "ସଖୀ" ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |
ଶେଷରେ ସମସ୍ତଙ୍କୁ ଆନନ୍ଦମୟ ଓ ସମୃଦ୍ଧିଶାଳୀ ରଜ ପର୍ବର ଶୁଭେଚ୍ଛା ଜଣାଯାଇଥିଲା।
ରାଜ୍ୟ
ଗଜପତି ଆଇଏସଆରଡି ୱାନ୍ ଷ୍ଟପ ସେଣ୍ଟରରେ ଆନନ୍ଦ ଉଲ୍ଲାସର ସହ ରଜ ଉତ୍ସବ ପାଳିତ
- Hits: 32







