ହେଡଲାଇନସ୍:

ଲଇକେରା ବ୍ଲକର ବିଭିନ୍ନ ଗ୍ରାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଟଙ୍କଧର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତରେ ଚାଲିଥିବା ଜଳ ସଂରକ୍ଷଣ ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି ମାନ୍ୟବର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଆଜି ସେ ବ୍ଲକର ରେଙ୍ଗାଲି, ଉରାଗଡ଼ ଏବଂ ଭୁଲିଆଡିହି ଗ୍ରାମ ଗସ୍ତ କରି ସେଠାରେ ସରକାରୀ ସହାୟତାରେ ଚାଲିଥିବା ସ୍ଥାନୀୟ ପୋଖରୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି। କାର୍ଯ୍ୟ ଯେପରି ସୁଚାରୁରୂପେ ଏବଂ ଉଚ୍ଚ ମାନସମ୍ପନ୍ନ ଭାବେ ସମ୍ପାଦିତ ହେବ, ସେ ନେଇ ବିଧାୟକ ଆଲୋଚନା କରିଥିଲେ। ଏହି ପରିଦର୍ଶନ କାଳରେ ବିଧାୟକ ଶ୍ରୀ ତ୍ରିପାଠୀ ରେଙ୍ଗାଲି, ଉରାଗଡ଼ ଏବଂ ଭୁଲିଆଡିହି ଗ୍ରାମର ସ୍ଥାନୀୟ ବାସିନ୍ଦା ଓ ଗ୍ରାମବାସୀଙ୍କୁ ଭେଟିଥିଲେ। ଗ୍ରାମାଞ୍ଚଳରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଦ୍ୱାରା ଚାଷକାର୍ଯ୍ୟ ଓ ଦୈନନ୍ଦିନ ଜୀବନରେ କିପରି ସୁଧାର ଆସିବ, ସେ ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ମତ ବିନିମୟ କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ବିଧାୟକଙ୍କୁ ବିଭିନ୍ନ ସମସ୍ୟା ଓ ଗ୍ରାମର ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

0
0
0
s2sdefault