ଭୁବନେଶ୍ବର : ରଜ ଓଡ଼ିଆ ସଂସ୍କୃତିର ଏକ ପ୍ରଧାନ ପର୍ବ । ଗାଁ ଗାଁରେ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ । ବିଶେଷକରି ମହିଳା ଓ କୁନି ଝିଅ ମାନେ ରଜ ଦୋଳି ଖେଳି ଏହି ଉତ୍ସବର ନିଆରା ଆନନ୍ଦ ନେଇଥାନ୍ତି I ଏହି ଅବସରରେ ନାନା ରକମର ମିଠା ପିଠାପଣା ସହ ରଜ ପାନ, ପୁଚି ଖେଳ ଓ ନୃତ୍ୟ ଗୀତ ବିଶେଷ ଆକର୍ଷକ ହୋଇଥାଏ । ଓଡ଼ିଆ ପରମ୍ପରାର ଏହି ମହାନ୍ ସଂସ୍କୃତିକୁ ଅଧୂକ ପ୍ରଚାର ଓ ପ୍ରସାର କରାଇବା ଲକ୍ଷ୍ୟରେ ଶିରିଡି ସାଇ ଗ୍ଲୋବାଲ ଫାଉଣ୍ଡେସନ ଅନ୍ତର୍ଗତ ଟଙ୍କପାଣି ରୋ ରାଡ ଶିରିଡି ସାଇବାବା ମନ୍ଦିର ପକ୍ଷରୁ ଗତବର୍ଷ ଭଳି ଏବର୍ଷ ମଧ୍ଯ ବିଶେଷ ରଜ ଉତ୍ସବର ଆୟୋଜନ କରାଯାଇଛି । ଏହି ଅବସରରେ କୁନି କୁନି ପିଳ ପିଲା ଓ ମହିଳା ମାନଙ୍କ ମଧ୍ୟରେ ଝୋଟି, ପିଠା ପଣା ଆଦି ପ୍ରତିଯୋଗିତା ସହ ରଜ ଦୋଳିର ଆୟୋଜନ କରା ରାଯାଇଛି ।
ମହାନ୍ ଆଧ୍ୟାତ୍ମିକ ଚିନ୍ତକ ତଥା ଗବେଷକ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଗୁରୁ ରଜ ପ୍ରାର୍ଥନା ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ଯରେ ଅପୂର୍ବ ଭାବ ସଞ୍ଚାର କରୁଛି । ଗୁରୁ ରଜ ଗୀତର ତାଳେ ତାଳେ ଓଡ଼ିଆ ଝିଅ ଓ ମହିଳା ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ କଟକ ଓ ଭୁବନେଶ୍ବରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ସାମିଲ ହୋଇଥିଲେ ।
ରାଜ୍ୟ
ଟଙ୍କପାଣି ମନ୍ଦିରରେ ଗୁରୁ ରଜ
- Hits: 64







