ପାରଳାଖେମୁଣ୍ଡି / ନିଖିଳ ଉତ୍କଳ ଇ.ପି.ଏଫ୍ ପେନସେନରର୍ସ ଆସୋସିଏସନ୍ ପକ୍ଷରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ସଂଘର ସଭାପତି ରମାକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ସଙ୍ଘର ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାଧାରଣ ସମ୍ପାଦକ ବି.ଜଗନ ମୋହନ ରାଓ ଙ୍କ ପୁରୋହିତ ରେ ସାଥି ସଂଘର ଆଗାମୀ ଦିନରେ ଆନ୍ଦୋଳନ ର ରୂପରେଖା ଉପରେ ଏବଂ ବର୍ଦ୍ଧିତ ପେନସନ୍ ଉପରେ ଏନ୍.ଏ.ସି ର ସଭାପତି ଶ୍ରୀ ଅଶୋକ ରାଉତ ଙ୍କ କାର୍ଯ୍ୟ ଉପରେ ସମସ୍ତ ବିଷୟ ଆଲୋକପାତ କରାଯାଇଥିଲା।
ଏଥିରେ ଓଡ଼ିଶାର ଉପ -ସଭାପତି ପ୍ରଶାନ୍ତ କୁମାର ଶତପଥୀ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ଭାବେ ଆଲୋକପାତ କରିଥିଲେ। ଗଜପତି ଜିଲ୍ଲାର ସଂଘକୁ କିପରି ଦୃଢିଭୂତ କରାଯିବ ତାହାରି ଉପରେ ମନ୍ତଵ୍ୟ ରଖିଥିଲେ। ଶେଷରେ ସଂଘ ର ପୁରୁଖା ନେତା ଗଦାଧର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ନିଖିଳ ଉତ୍କଳ ଇ.ପି.ଏଫ୍ ପେନସେନରର୍ସ ଆସୋସିଏସନ୍ ର ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ
- Hits: 20







