ହେଡଲାଇନସ୍:

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ଅଷ୍ଟମ ଦିନରେ ଏସ୍ ଆର ଏସ୍ ସି, ବ୍ରଦର୍ଶ ଇଲେଭେନ୍, ଜ୍ବୋତି ଏମ୍ପୋରିଅର ଇଲେଭେନ ବିଜୟୀ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ସପ୍ତମ ଦିନରେ ଅନୁଷ୍ଠିତ ତିନୋଟି ରୋମାଞ୍ଚକର କ୍ବାଟର ଫାଇନାଲ ମ୍ୟାଚରେ ଏସ୍ ଆର ଏସ୍ ସି, ବ୍ରଦର୍ଶ ଇଲେଭେନ୍, ଜ୍ବୋତି ଏମ୍ପୋରିଅର ଇଲେଭେନ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନିତ ହୋଇଥିଲେ। ରବିବାର ପ୍ରଥମ ମ୍ୟାଚରେ ଶ୍ରୀରାମ ସ୍ପୋର୍ଟସ (ଏସ୍ ଆର ଏସ୍ ସି) ଏବଂ ବିଷ୍ଟ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ବିଷ୍ଟ ଇଲେଭେନ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ବିନିମୟରେ ୫୧ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରତିପକ୍ଷ ଏସ୍ ଆର ଏସ୍ ସି ୪.୨ ଓଭରରେ ବିନା କିଛି ଉଇକେଟ ହରାଇ ୫୨ ରନ୍ କରି ବିଜୟ ହୋଇ ସେମିଫାଇନାଲକୁ ଉନ୍ନିତ ହୋଇଥିଲେ ଥିଲେ । ଏବଂ ଶୁଭଂ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ଦ୍ବିତୀୟ ମ୍ୟାଚ ବ୍ରଦର୍ଶ ଇଲେଭେନ୍ ଓ ଆଇକନ ଷ୍ଟାର୍ ମଧ୍ୟରେ ତୃତୀୟ କ୍ବାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଟସ୍ ଜିତି ଆଇକନଷ୍ଟାର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ ବିନିମୟରେ ୪୯ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରତିପକ୍ଷ ବ୍ରଦର୍ଶ ଇଲେଭେନ୍ ୮.୨ ଓଭରରେ ୩ ଉଇକେଟ ପ୍ରତିବଦଳରେ ୫୦ ରନକରି ମ୍ୟାଚ୍ ବିଜୟ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏବଂ ଅଜୟ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସେହିପରି ଆଜିର ଚତୁର୍ଥ କ୍ବାଟର ଫାଇନାଲ ମ୍ୟାଚ ଜ୍ବୋତି ଏମ୍ପୋରିଅର ଇଲେଭେନ ଓ କେ ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଜ୍ବୋତି ଏମ୍ପୋରିଅର ଇଲେଭେନ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରି କେ. ଇଲେଭେନ୍ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୬୩ ରନ୍ ସଂଗ୍ରହ କରିଥିଲା। ପ୍ରତିବଦଳରେ ଜ୍ବୋତି ଏମ୍ପୋରିଅର ଇଲେଭେନ ମାତ୍ର ୫ ଓଭରରେ ୧ ଉଇକେଟ ବିନିମୟରେ ୬୫ ରନକରି ୯ ଉଇକେଟରେ ବିଜୟ ହାସଲ କରି ସେମିଫାଇନାଲକୁ ଉନ୍ନିତ ହୋଇଥିଲେ। ଏବଂ ତିତିଲ୍ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ଚନ୍ଦନ, ଅଭି, ଗୁଡୁ, ରୋହନ୍, ଆରିୟନ୍, କିସନ୍, ରାମେଶ୍ୱର, ଗୁଲୁ, ବିଷ୍ଣୁ ଆଜିର ମ୍ୟାଚ୍ ପରିଚାଳନା କରୁଥିଲେ । ସୋମବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏକ୍ସଷ୍ଟ୍ରିମ୍ ବ୍ଳାଷ୍ଟର, ଶ୍ରୀରାମ ସ୍ପୋର୍ଟସ କ୍ଳବକୁ ଭେଟିବ । ଏବଂ ଦ୍ବିତୀୟ ସେମିଫାଇନାଲରେ ବ୍ରଦର୍ଶ ଇଲେଭେନକୁ ଜ୍ବୋତି ଏମ୍ପୋରିଅର
ଇଲେଭେନକୁ ଭେଟିବ। ଅନୁଷ୍ଠାନର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମ୍ୟାଚ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

0
0
0
s2sdefault