ସୋନପୁର,୧୪-୦୬(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତ ଦାତା ଦିବସ ଓ ସ୍ଵେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ ଦେଇ ଏହି ଶିବିର କୁ ଶୁଭ ଉଦ୍ଘାଟନ କରିବା ସହିତ ଆୟୋଜିତ ଏକ ସଚେତନତା ସଭା ରେ ଯୋଗ ଦେଇ ରକ୍ତ ଦାତା ଓ ରକ୍ତ ଦାନ ଶିବିର ଆୟୋଜକ, ମୋଟିଭେଟର ଓ ଏ କ୍ଷେତ୍ରରେ ସହଯୋଗ କରି ଆସିଥିବା ବିଭିନ୍ନ ବ୍ୟକ୍ତି ବିଶେଷ, ସ୍ବେଛାସେବୀ ଅନୁଷ୍ଠାନ ଙ୍କୁ ସମ୍ବର୍ଧିତ କରି ଥିଲେ l ମେଡିକାଲ୍ ଇନ୍ଚାର୍ଜ୍ ଅଧିକ୍ଷକ ଡ଼ାକ୍ତର ଦେବୀ ପ୍ରାସାଦ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଓ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ମାନସ ରଞ୍ଜନ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ସି ଡି ଏମ୍ ପି ଏଚ୍ଚ ଓ ଡାକ୍ତର ଉଷାରାଣୀ ଦାଶ , ବୀର ମହାରାଜ ପୁର ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ଜନାର୍ଦ୍ଦନ ଖମାରୀ ଯୋଗ ଦେଇ ରକ୍ତ ଦାତା ଓ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରି ସମସ୍ତ ସ୍ବେଛାସେବୀ ଙ୍କ ସହଯୋଗ ପାଇଁ ଉଲ୍ଲେଖନୀୟ ଭୂମିକା ପାଇଁ କୃତଜ୍ଞ ଓ ଏହା ଦ୍ୱାରା ବହୁ ମୂଲ୍ୟ ଜୀବନ ବଞ୍ଚି ପାରୁଛି ବୋଲି କହିଥିଲେ l ଓ ଆଗାମୀ ଦିନରେ ଏଭଳି ସହଯୋଗ ଜାରି ରଖିବାକୁ ନୂଆଁ ରକ୍ତ ଦାତା ଙ୍କୁ ସଚେତନ କରିବା କୁ ରକ୍ତ ଦାତା, ସ୍ବେଛାସେବୀ ଓ ସ୍ଵେଚ୍ଛା ସେବୀ ଅନୁଷ୍ଠାନ କୁ ନିଵେଦନ କରିଥିଲେ l ୟୁଥ୍ ରେଡକ୍ରସ ଜିଲ୍ଲା କୋଡ଼ି ନେଟର ଅଧ୍ୟାପକ ଶ୍ରୀ ଉମାକାନ୍ତ ନାଗ, ସୋନପୁର ଏନ୍ ସି ସି କ୍ୟାପଟେନ୍ ଆଶିଷ ଅଗ୍ରୱାଲ ବହୁମୂଲ୍ୟ ବାର୍ତ୍ତା ପ୍ରଦାନ କରି ପ୍ରେରଣା ଯୋଗାଇ ଥିଲେ l ଆଜି ଏହି ଶିବିର ରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି l ସଚେତନତା ଓ ସମ୍ବର୍ଦ୍ଧନା ସଭା କୁ ସ୍ଵେଚ୍ଛା ସେବୀ ମନୋରଞ୍ଜନ ତ୍ରିପାଠି ପରିଚାଳନା କରିଥିବା ବେଳେ ରକ୍ତ କେନ୍ଦ୍ର ର ଜଗତ ଦରୱାନ ସହଯୋଗ କରିଥିଲେ l ଡାକ୍ତର ମାନସ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ରକ୍ତ ଦାତା ଏଡିଏମ ଅଞ୍ଜଳିନା ପଧାନ, ସଂଗୀତା ନାଏକ, ଜୁନିଅର୍ ରେଡକ୍ରସ, ୟୁଥ୍ ରେଡ୍ କ୍ରସ୍, ଦୁର୍ଗା ପୂଜା କମିଟି, ରାମ ଧୂନ୍ କ୍ଲବ୍, ସ୍ୱଚ୍ଛ ଭାରତ ସଙ୍ଗଠନ, ବୁଢ଼ା ରଜା ୟୁଥ୍ ଆସୋସିଏସନ୍, ଟିକ୍ରି ପଡା ଦୁର୍ଗା ପୂଜା କମିଟି, ସୋନପୁର କଲେଜ୍ ଏନ୍ ସି ସି, ଖଣ୍ଡହତା ସିଆ ଅନୁଷ୍ଠାନ , ଲିଟିଲ୍ ଫ୍ଲାୱର୍ ପବ୍ଲିକ ସ୍କୁଲ୍, ଲଛି ପୁର ସ୍ବେଛାସେବୀ ଅନୁଷ୍ଠାନ ଏ କ୍ଷେତ୍ର ରେ ସହଯୋଗ ପାଇଁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ମୁଖ୍ୟ ଅତିଥି ଦ୍ୱାରା ସମ୍ୱର୍ଦ୍ଧିତ କରା ଯାଇଛି l
ରାଜ୍ୟ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ
- Hits: 57







