(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଓଡ଼ିଶାର ଇତିହାସ ରେ ଖଲ୍ଲିକୋଟ ର ଐତିହ୍ୟ ଓ ପରମ୍ପରା ଲୁପ୍ତପ୍ରାୟ ହେବାକୁ ବସିଲାଣି । ଖଲ୍ଲିକୋଟ ବର୍ତ୍ତମାନ ମୁକୁଟ ବିହୀନ ରାଜା। ଏଠି ଜୋର୍ ଯାର ମୂଲକ୍ ତା'ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଖଲ୍ଲିକୋଟ ସହର ସମୀକ୍ଷା କରାଯିବ, ତାହାହେଲେ ଜଣାଯାଏ ଯେ, ଏନ୍ ଏ ସି କାର୍ଯ୍ୟ କଳାପକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ । ଏପଟେ
ଖବର ନେବାରୁ ଜଣାପଡିଛି ଯେ , ଖଲ୍ଲିକୋଟ ଏନ୍ ଏ ସି ରେ ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ବାଗତ ଜଣାଇ , ସେମାନଙ୍କୁ ଟେଣ୍ଡର ପ୍ରକ୍ରିୟା ରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବା ବଦଳରେ ନିଜର ଝିଆରୀ ପୁତୁରା ଙ୍କୁ କାମ ଯୋଗାଇ ନିଜର ଫାଇଦା ଉଠାଇବାକୁ ପଛଘୁଞ୍ଚା ଦେଉନାହାନ୍ତି। ଖଲ୍ଲିକୋଟ ସହର ରେ ନେତା ମାନଙ୍କ ର ନିକଟ ସମ୍ପର୍କୀୟଙ୍କ ଝିଆରୀ ପୁତୁରା ମାନେ କଣ୍ଟ୍ରାକ୍ଟର୍
ସାଜି କରୁଛନ୍ତି । ଯାହାକି ଏଠାରେ ଉଲ୍ଲେଖଯୋଗ୍ୟ ତଦନ୍ତ ଦାବିକରି ଛନ୍ତି ଖଲ୍ଲିକୋଟ ର ରିପୋର୍ଟ ଶିବରାମ ଜେନା, ଶାସକ ପ୍ରଶାସକ ର ବ୍ଳକ୍ କରେସ୍ । ଆଜିକୁ ପ୍ରାୟ ୩ ବର୍ଷ ହେଲାଣି ଓମ୍ ଶାନ୍ତି ନଗର ରାସ୍ତା ହସ୍ତାନ୍ତର ହେଲାଣି, କିନ୍ତୁ ବିନ୍ଧାଣି ବୋଲାଉଥିବା ସମ୍ପୃକ୍ତ ଚେୟାରମେନ୍ ଏଠାକାର ବାସିନ୍ଦାମାନଙ୍କୁ ଭଣ୍ଡାଇ ଭଣ୍ଡାଇ ନେବାର ପରିଲକ୍ଷିତ ହେଉଛି। ଏକ୍ଷେତ୍ରରେ ଇନ୍ଧନ ଯୋଗାଉଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଦିପ ଖାଡଙ୍ଗା ପୁଣି ତାଙ୍କୁ ସହଯୋଗ କରୁଛନ୍ତି ଯନ୍ତ୍ରୀ ।ଖବର ନେବାରୁ ଜଣାପଡିଛି ଯେ, ପ୍ରଥମେ ଓମ୍ ଶାନ୍ତି ନଗର ରୋଡ଼ ମାପ ହେଲା, ଟଙ୍କା ମଞ୍ଜୁର ହେଲା । ପରବର୍ତ୍ତୀ ମୂହୁର୍ତ୍ତ ରେ କାମ ହେଲା ଅନ୍ୟ ରୋଡ଼, ଯେଉଁଠି ରାସ୍ତା ହସ୍ତାନ୍ତର ନଥାଇ ରାସ୍ତା ନିର୍ମାଣ କରିପାରୁଛନ୍ତି।
ଯେହେତୁ ଖଲ୍ଲିକୋଟ ର ବାସିନ୍ଦା ତଥା କାର୍ଯ୍ୟ ରତ ରିପୋର୍ଟ ର ଶିବରାମ ଜେନା ବାରମ୍ବାର ନିୟୁଜ୍ ମାଧ୍ୟମରେ ଦୋହୁରାଉଛନ୍ତି ବୋଲି ଚାଲେଞ୍ଜ୍ ଦେଇ କାମ କରୁନାହାନ୍ତି ପୁଣି ସେ ସାମ୍ବାଦିକ ଙ୍କୁ ଦୁର୍ନିତୀ ଗ୍ରସ୍ତ ସାମ୍ବାଦିକ ବୋଲି ଆକ୍ଷେପ କରିଛନ୍ତି,ସେ ଜନସାଧାରଣ ଙ୍କ ସମ୍ମୁଖ ରେ ସ୍ପଷ୍ଟୀକରଣ ଦେଇ ପାରିବେକି ବୋଲି ଶିବରାମ ଜେନା ଚେୟାରମେନ ସାହେବ ଙ୍କୁ ସ୍ବାଗତ ଜଣାଇ ଛନ୍ତି। ଏଠାରେ
ଫଳକ ନଥାଇ କାର୍ଯ୍ୟ ଚାଲିଛି, ଗ୍ରୁପ୍ ମା ମାନଙ୍କୁ ହାତଗୁଞ୍ଜା ଦେଇ ସେମାନଙ୍କ ନାଁ ରେ କାମ ଚାଲିଛି। ଭେଣ୍ଡିଙ୍ଗ୍ ଜୋନ୍ ଶକ୍ତି ମିଶନ ଗୃହ, ଫୁଡ୍ କୋର୍ଟ ଏପର୍ଯ୍ୟନ୍ତ ଖୋଲା ହୋଇ ପାରୁ ନାହିଁ । ଡି ଆଇ ଟି ଓ ଆର୍ଟ କଲେଜ୍ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଜବରଦସ୍ତ ରୋଡ଼ ପକାଇବା ମିଶନ ଶକ୍ତି ଗୃହ, ନିର୍ମାଣ କରିପାରୁଛନ୍ତି। କାହାର ପରାମର୍ଶ ନେଇ ଏ କାର୍ଯ୍ୟ ଏନ୍ ଏ ସି କରିପାରୁଛନ୍ତି। ଏବେ ଦେଖିବାକୁ ମିଳିଛି ଖଲ୍ଲିକୋଟ ତହସିଲ ଦାର ଙ୍କ କ୍ୱାର୍ଟର ପଛପଟେ ତରବରିଆ ଏକଗୃହ ନିର୍ମାଣଧୀନ ଅଛି, ଏଠାରେ ଫଳକ ନାହିଁ , କାରଣ କ'ଣ ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି। ଉକ୍ତ ସ୍ଥାନଟି ଏନ୍ ଏ ସି ଦଖଲରେ ଥିବା ବେଳେ ସେଠାକାର ଲୋକ ମାନେ ନିଜର ମତ ଉପସ୍ଥାପନ କରି ପାରୁନାହାନ୍ତି। ପୁଣି ଉକ୍ତ ଯାଗାଟି ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ସାମ୍ନା ରେ ଅଛି । ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ନିବେଦନ ଉକ୍ତ ସ୍ଥାନଟି କାହାର ଦଖଲ ରେ ରଖିଛନ୍ତି ଓ କିଏ ଗୃହ ନିର୍ମାଣ କରୁଛନ୍ତି ତଦନ୍ତ କଲେ ସତ୍ୟା ସତ୍ୟ ପର୍ଦ୍ଧାଫାଶ ହେଵ।
ରାଜ୍ୟ
ଦୁର୍ନୀତିର ଗନ୍ତାଘର ଖଲ୍ଲିକୋଟ ସହର !!
- Hits: 18







