ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ସଭାଗୃହରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶିକ୍ଷାବିତ୍, ସମାଜସେବୀ, ଯୁବ ଉଦ୍ୟୋଗୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଓ ଅଭିଭାବକମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଅଭନି ମାଛ ଯାଆଁଳ କେନ୍ଦ୍ରର ପ୍ରତିଷ୍ଠାତା ଯୁବ ଉଦ୍ୟୋଗୀ ଇଂ ଅଶ୍ୱନୀ କୁମାର ମହାନ୍ତଙ୍କୁ ଯୁବ ଉଦ୍ୟୋଗୀ ସମ୍ନାନରେ ଆମ୍ମାନିତ କରାଯାଇଛି। ଇଂ ଅଶ୍ୱନୀ ମହାନ୍ତ ୨୦୧୬ ମସିହାରେ ଇଞ୍ଜିନିର ପାଠ ପଢା ସାରି ଦିଲ୍ଲୀରେ ଏକ ଘୋରଇ କମ୍ପାନୀର ଚାକିରୀ ଛାଡି ଆସି ୨୦୧୯ ମସିହାରେ ଅଭନି ମାଛ ଯାଆଁଳ କେନ୍ଦ୍ର ପ୍ରତିଷ୍ଠା କରି ମୟୂରଭଞ୍ଜ ଜିଲ୍ଲାରେ ସବୁ ବ୍ଲକକୁ ମାଛ ଯାଆଁଳ,ମାଛ ଖାଦ୍ୟ ଓ ମେଡ଼ିସିନ ମାଛ ଚାଷୀ ମାନଙ୍କୁ ଯୋଗାଉଛନ୍ତି। ସେ ୭ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ବୋହୁ ବାର ସମ୍ମାନିତ ହୋଇ ରାଜ୍ୟରେ ଓ ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତେଣୁ ତାଙ୍କୁ ଆଜି କୁଡୁମୀ ଶିକ୍ଷକ ସଂଘ ତରଫରୁ ଆଜି ଯୁବ ଉଦ୍ୟୋଗୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସଭାରେ ମୁଖ୍ୟଅତିଥି ଶ୍ରୀମତୀ ମମତା ମହାନ୍ତ (ପୂର୍ଵତନ ରାଜ୍ୟସଭା ସାଂସଦ),ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତ (ବ୍ୟୁରୋ ଚିଫ୍, ହିନ୍ଦୁସ୍ଥାନ ସମାରାର, କଟକ),ସମ୍ମାନିତ ଅତିଥିଗଣ ଶ୍ରୀଯୁକ୍ତ ଛୋଟେଲାଲ ମହାନ୍ତ (ନିର୍ଦେଶକ, ମିଲନଦେବୀ ଏକୁକେଶନାଲ ଟ୍ରଷ୍ଟ),ଶ୍ରୀମତୀ ଅନିତାରାଣୀ ମହାନ୍ତ (ସହକାରୀ ଜିଲ୍ଲାପାଳ, ବାମନଘାଟୀ ଉପଖଣ୍ଡ),ଡ. ଧନୁର୍ଜୟ ମହାନ୍ତ (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମୟୂରଭଞ୍ଜ),ଡ. ବିଷ୍ୟନ୍ଦୁ ମହାନ୍ତ ( କର୍କଟ ରୋଗ ବିଶେଷଜ୍ଞ, କଟକ),ଡ. ବିଭାଶ ମହାନ୍ତ (ପ୍ରଫେସର, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ସାଉଥ୍ ବିହାର),ଡ. ଯୁଗଳ କିଶୋର ମହାନ୍ତ (ପ୍ରାଣୀ ବିଜ୍ଞାନ ଅଧାପକ ଓ ସାଷ୍ଟର ଟ୍ରେନର ଡି.ଏ.ଭି ସଙ୍ଗଠନ) ଶ୍ରୀଯୁକ୍ତ ଖଗେଶ୍ବର ମହାନ୍ତ (ଇନ୍ସପେକ୍ଟର, ଆଇ.ଡି),ଶ୍ରୀଯୁକ୍ତ ସାମନ୍ତ ସିଂହାର ମହାନ୍ତ (ବ୍ୟାଙ୍କ ମ୍ୟାନେକର, ଓ.ଭି.ବି), ଶ୍ରୀଯୁକ୍ତ କ୍ଷେତ୍ରବାସୀ ମହାନ୍ତ (ଶିକ୍ଷାବିତ୍ ଓ ସମାକସେବୀ), ଶ୍ରୀଯୁକ୍ତ କବିଚନ୍ଦ୍ର ମହାନ୍ତ (ଆନ୍ତର୍ଜାତୀୟ ମୁଦ୍ରାବିତ୍ ଓ ପ୍ରତ୍ନତାତ୍ତ୍ୱିକ), ଶ୍ରୀଯୁକ୍ତ ବିପିନ୍ ବିହାରୀ ମହାନ୍ତ (ସମାକସେବା),
ସୁଶ୍ରୀ ସପ୍ତା ସରିତା ମହାନ୍ତ (ରି.ପି.ୟୁ.ଟି, ଯୁବ ଆଦର୍ଶ), ଶ୍ରୀ ଫକୀର ତରଣ ମହାନ୍ତ (ସି.ପି.ଇ.ଟି ଯୁବ ଆଦର୍ଶ)ର ଅତିଥି ଉପସ୍ଥିତ ଥିଲେ। ଅତିଥି ଗଣ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷା ହେଉଛି ସମାଜର ଉନ୍ନତିର ମୂଳ ଆଧାର। କଠିନ ପରିଶ୍ରମ, ଶୃଙ୍ଖଳା ଓ ନିଷ୍ଠା ଦ୍ୱାରା ଜୀବନରେ ସଫଳତା ହାସଲ କରାଯାଇପାରିବ। ସେ କୃତୀ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରି ଜିଲ୍ଲା ଏବଂ ରାଜ୍ୟର ଗୌରବ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।ଉତ୍ସବରେ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସ୍ମାରକ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିଭାବକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢ଼ାଶୁଣା ପ୍ରତି ଆଗ୍ରହ ବଢ଼ାଇବo ବୋଲି ମତ ପ୍ରକାଶ କରିଥିଲେ।ଶେଷରେ ଆୟୋଜକମାନେ ସମସ୍ତ ଅତିଥି ଓ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇ ଉତ୍ସବର ସମାପନ ଘୋଷଣା କରିଥିଲେ।
ରାଜ୍ୟ
ରାଜ୍ୟସ୍ତରୀୟ କୁଡୁମୀ ମେଧାମୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ୨୦୨୬ ଉତ୍ସବରେ ଇଂ ଅଶ୍ୱନୀ ମହାନ୍ତଙ୍କୁ ଯୁବ ଉଦ୍ୟୋଗୀ ସମ୍ମାନରେ ସମ୍ମାନିତ।
- Hits: 15







